ଜେଲ୍‌ ଫେରନ୍ତା ସାମ୍ବାଦିକ ବିନୋଦ ବର୍ମା ହେଲେ ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

ଜେଲ୍‌ ଫେରନ୍ତା ସାମ୍ବାଦିକ ବିନୋଦ ବର୍ମା ହେଲେ ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

ରାୟପୁର: ଛତିଶଗଡ଼ରେ ଏକ ସେକ୍ସ ସିଡି ମାମଲାରେ ଫସିଥିଲେ ଜଣେ ସାମ୍ବାଦିକ ବିନୋଦ ବର୍ମା। ଏବେ ସେହି ସାମ୍ବାଦିକ ବିନୋଦ ବର୍ମାଙ୍କୁ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଗେଲ ନିଜର ରାଜନୈତିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗରେ ମୁଖ୍ୟମନ୍ତ୍ରୀଙ୍କର ଚାରି ଜଣ ପରାମର୍ଶଦାତାଙ୍କୁ ଯେଉଁ ନିଯୁକ୍ତି ମିଳିଛି,ସେମାନଙ୍କ ମଧ୍ୟରୁ ବିନୋଦ ବର୍ମା ଜଣେ ।ଏଠାରେ ସୂଚନାଯୋଗ୍ୟଯେ ୨୦୧୭ ଅକ୍ଟୋବର ମାସରେ ଗାଜିଆବାଦରୁ ବିନୋଦ ବର୍ମା ଗିରଫ ହୋଇଥିଲେ। ତାଙ୍କୁ ଗିରଫ କରିବା ପରେ ତାଙ୍କ ପାଖରୁ ପୁଲିସ ୫୦୦ ସିଡି ଓ କେତେକ ପେନ୍‌ ଡ୍ରାଇଭ୍‌ ଜବତ କରିଥିଲା ପୁଲିସ୍‌। ତାଙ୍କ ପାଖରୁ ମିଳିଥିବା ଏକ ସେକ୍ସ ସିଡିରେ ଛତିଶଗଡର ପୂର୍ତ୍ତମନ୍ତ୍ରୀ ରାଜେଶ ମୁନାତଙ୍କ ସଂପୃକ୍ତି ଥିଲା। ତତ୍‌କାଳୀନ ଭାଜପା ସରକାର ଏହି ମାମଲାର ସିବିଆଇକୁ ତଦନ୍ତ ଲାଗି ଦାୟିତ୍ୱ ଦେଇଥିଲେ। ଗତ ବର୍ଷ ଡିସେମ୍ବର ମାସରେ ବିନୋଦ ବର୍ମା ଜାମିନ ପାଇଥିଲେ।

publive-image

ଠିକ୍‌ ସେହିପରି ଏକ ଦୈନିକ ସମ୍ବାଦପତ୍ରର ସଂପାଦକ ଗତ ବିଧାନସଭା ନିର୍ବାଚନପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିବା ରୁଚିର ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ନିଯୁକ୍ତ କରାଯାଇଛି। କୃଷି ଓ ଗ୍ରାମୀଣ ବିକାଶ ପରାମର୍ଶଦାତା ଓ ରାଜେଶ ତିଓ୍ଵାରୀ ସଂସଦୀୟ ପରାମର୍ଶଦାତା ନିଯୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe