‘ତାରିଖ୍ ପେ ତାରିଖ୍‌’ ଚିତ୍କାର କରି କୋର୍ଟ ରୁମରେ ଭଙ୍ଗାରୁଜା

ମହିଳା ବିଚାରପତିଙ୍କୁ ହଇରାଣ କରୁଥିବା ଓକିଲଙ୍କୁ ଅଦାଲତ ଅବମାନନା ନୋଟିସ

ନୂଆଦିଲ୍ଲୀ : ବିଳମ୍ବିତ ନ୍ୟୟ ପାଇଁ ହଜାର ହଜାର ଲୋକ ଦେଶରେ ନିରାଶ ହେଉଥିବା ବେଳେ ଦିଲ୍ଲୀର ଏକ ଅଦାଲତରେ ଏହାର ନଗ୍ନ ନମୁନା ଦେଖିବାକୁ ମିଳିଛି। ଶୁଣାଣି ପ୍ରକ୍ରିୟାରେ ଫଏସଲା ବଦଳାରେ କେବଳ ଗୋଟିଏ ପରେ ଗୋଟିଏ ତାରିଖ ମିଳୁଥିବାରୁ ଦିଲ୍ଲୀର ଶାସ୍ତ୍ରୀ ନଗରରେ ରହୁଥିବା ରାକେଶ ନାମକ ଜଣେ ବ୍ୟକ୍ତି ଅଦାଲତରେ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ଜୁଲାଇ ୧୭ ତାରିଖରେ ଦିଲ୍ଲୀର କଡ଼କଡଡୁମା କୋର୍ଟର ୬୬ ନମ୍ବର ରୁମ ପରିସରରେ ଥିବା ସମସ୍ତ କମ୍ପ୍ୟୁଟର ଏବଂ ଆସବାବପତ୍ର ଭାଙ୍ଗିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ରାକେଶଙ୍କ ଏକ ମାମଲା ୨୦୦୬ ମସିହାରୁ କୋର୍ଟରେ ବିଚାରାଧୀନ ଥିବା ବେଳେ ଜୁଲାଇ ୧୭ରେ ଏହାର ଶୁଣାଣି ସମୟରେ, ସେ ବଲିଉଡ ଷ୍ଟାଇଲରେ ନିଜ କ୍ରୋଧ ପ୍ରକାଶ କରି ସନି ଦେଓଲଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ଦାମିନର ଡାଏଲଗ୍‌ 'ତାରିଖ୍‌ ପେ ତାରିଖ୍‌' ବୋଲି ଚିତ୍କାର କରି ଭଙ୍ଗାରୁଜା କରିଥିଲେ। ପୋଲିସ କହିବା ଅନୁସାରେ ରାକେଶ ବିଚାରପତିଙ୍କ ଟେବୁଲ୍‌ ମଧ୍ୟ ଭାଙ୍ଗି ଦେଇଛନ୍ତି। କୋର୍ଟ ରୁମରେ ଥିବା ପୋଲିସ କର୍ମଚାରୀ ରାକେଶଙ୍କୁ କାବୁ କରିବା ସହ ତାଙ୍କୁ ଗିରଫ କରି ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଇଥିଲେ। ଦିଲ୍ଲୀ ପୋଲିସ ରାକେଶକୁ ଧାରା ୧୮୬,୩୫୩, ୪୨୭ ଏବଂ ୫୦୬ ଅନୁଯାୟୀ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe