ସେପ୍ଟେମ୍ବର ପହିଲାରୁ ନୂଆ ନିୟମ: ଟ୍ରାଫିକ୍‌ ନିୟମ ଅବମାନନା କଲେ ଦେବାକୁ ହେବ ଅଧିକ ଜରିମାନା

Advertisment
ହୋଲିରେ ମଦୁଆଙ୍କୁ ସାବାଡ଼୍‌ କରିବ ପୁଲିସର ସ୍ବତନ୍ତ୍ର ଟିମ୍‌ : କଡ଼ାକଡ଼ି ହେବ ଚେକିଂ

Representational Image

ନୂଆଦିଲ୍ଲୀ: ଏଣିକି ଟ୍ରାଫିକ୍‌ ନିୟମ ଅବମାନନା କରିବା ମହଙ୍ଗା ପଡ଼ିବ। ଚଳିତବର୍ଷ ସେପ୍ଟେମ୍ବର ୧ ତାରିଖଠାରୁ ଟ୍ରାଫିକ୍‌ ନିୟମ ଭଙ୍ଗ କଲେ ଅଧିକ ଜରିମାନା ଦେବାକୁ ପଡ଼ିବ। ସଂଶୋଧିତ ନିୟମ ଅନୁସାରେ, ଆମ୍ବୁଲାନ୍ସ, ଦମକଳ ଆଦି ଆପତ୍ତିଜନକ ଯାନବାହାନକୁ ବାଟ ନଛାଡ଼ିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଯଦି କୌଣସି ଚାଳକ ଅଯୋଗ୍ୟ ଘୋଷିତ ହେବା ପରେ ବି ଗାଡ଼ି ଚଳାଉ ଥାଆନ୍ତି ତେବେ ତାଙ୍କ ଉପରେ ମଧ୍ୟ ୧୦ ହଜାର ଜରିମାନା ଲାଗିବ।

ଟ୍ରାଫିକ୍‌ ନିୟମ ଭଙ୍ଗ କରୁଥିବା ବ୍ୟକ୍ତି ଉପରେ ଏଣିକି ଜରିମାନା ୧୦୦ ବଦଳରେ ୫୦୦ ଲାଗିବ। କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ସର୍ବନିମ୍ନ ୨ ହଜାର ଟଙ୍କା ଜରିମାନା ଦେବାକୁ ହେବ।

publive-image The Atlantic

ଡ୍ରାଇଭିଂ ଲାଇାସେନ୍ସ ନଥିଲେ ସର୍ବନିମ୍ନ ୫ ହଜାର ଟଙ୍କା ଜରିମାନା ଦେବାକୁ ହେବ। ଇନ୍‌ସୁରାନ୍ସ ନଥାଇ ଗାଡ଼ି ଚଲାଉଥିଲେ ୨ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ।

ହାଇସ୍ପିଡ୍‌ରେ ଗାଡ଼ି ଚଳାଇଲେ ହଜାରରୁ ଦୁଇ ହଜାର ଭିତରେ ଜରିମାନା ଦେବାକୁ ହେବ। ଗାଡ଼ି ଚଲାଇଲା ବେଳେ ସିଟ୍‌ ବେଲ୍‌ଟ ନପିନ୍ଧିଥିଲେ ୧୦୦୦ ଟଙ୍କା ଦେବାକୁ ହେବ।

ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇଲେ ଗଣିବାକୁ ପଡ଼ିବ ୧୦୦୦ ଟଙ୍କା। ମଧ୍ୟପାନ କରି ଗାଡ଼ି ଚଳାଇଲେ ୧୦ ହଜାର ଦେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe