କୋଷ୍ଟାଲ ଜୋନ ନିୟମ ଉଲ୍ଲଂଘନ: କେରଳରେ ୨୦୦ କୋଟିର ସପ୍ତତାରକା ହୋଟେଲ ଭଙ୍ଗାଯିବ

କୋଷ୍ଟାଲ ଜୋନ ନିୟମ ଉଲ୍ଲଂଘନ: କେରଳରେ ୨୦୦ କୋଟିର ସପ୍ତତାରକା ହୋଟେଲ ଭଙ୍ଗାଯିବ

ତିରୁଅନନ୍ତପୁରମ୍: କୋଷ୍ଟାଲ ଜୋନ ରେଗୁଲେସନ ଉଳ୍ଲଂଘନ ମାମଲାରେ କେରଳ ସରକାର ଏକ ସପ୍ତତାରକା ହୋଟେଲ ରିସର୍ଟକୁ ଭୂମିସାତ୍ କରିବାକୁ ଯାଉଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ଫୈସଲା ପରେ ୨୦୦ କୋଟି ଟଙ୍କା ମୂଲ୍ୟର ଏହି ସମ୍ପତ୍ତିକୁ ଧ୍ବସ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ହୋଟେଲ ଅଲାପୁଝା ଜିଲ୍ଲାରେ ଅବସ୍ଥିତ। ୨୦୨୦ ମସିହାରେ ସୁପ୍ରିମ୍‌କୋର୍ଟ ହୋଟେଲକୁ ଭାଙ୍ଗିବାକୁ ଆଦେଶ ଦେଇଥିଲେ।

ସୁପ୍ରିମ୍‌କୋର୍ଟଙ୍କ ଆଦେଶ ପରେ ରାଜ୍ୟ ସରକାର ଏହି ଜମିର ଅଧିକାରକୁ ଫେରସ୍ତ ନେଇଛନ୍ତି। ଏହି ଜମି ୱେମ୍ବନାଡ଼ ହ୍ରଦରେ ଥିବା ଏକ ଦ୍ବୀପ ଉପରେ ଅବସ୍ଥିତ, ଯାହା ଉପରେ ସରକାରୀ ଜମି ଜବରଦଖଲ କରି ତଥା କୋଷ୍ଟାଲ ରେଗୁଲେସନର ଅବମାନନା କରି ଏହି ସପ୍ତତାରକା ହୋଟେଲ ନିର୍ମାଣ କରାଯାଇଥିଲା। ପ୍ରଥମେ ୨୦୧୩ ମସିହାରେ କେରଳ ହାଇକୋର୍ଟ ଏହାକୁ ଭାଙ୍ଗିବାକୁ ଆଦେଶ ଦେଇଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ହୋଟେଲ କର୍ତ୍ତୃପକ୍ଷ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଲାପୁଝା ଜିଳ୍ଲାପାଳ କୃଷ୍ଣା ଥେଜାଙ୍କ କହିବା ଅନୁସାରେ ପ୍ରଶାସନ ହୋଟେଲକୁ ଭାଙ୍ଗିବା ପାଇଁ ସ୍ଥାନୀୟ ପଞ୍ଚାୟତକୁ ଦାୟିତ୍ବ ଦେବ। ତା’ପରେ ଏକ ସପ୍ତାହ ଭିତରେ ଜିଲ୍ଲା ପ୍ରଶାସନ ଦ୍ବାରା ଏହାକୁ ନଷ୍ଟ କରିବାର ପ୍ଲାନ୍‌କୁ ନେଇ ଅନ୍ତିମ ନିର୍ଣ୍ଣୟ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe