ସୀମା ସୁରକ୍ଷା ସହଯୋଗ ଚୁକ୍ତିର ଉଲ୍ଲଂଘନ, ଲଦାଖ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି ରହିବ

ଦୁଇ ସପ୍ତାହରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୬ ଜଣ ଆତଙ୍କବାଦୀ ନିହତ

GNS News

ନୂଆଦିଲ୍ଲୀ: ୨୦୧୭ ଡୋକ୍‌ଲାମ ବିବାଦ ପରଠାରୁ ଚୀନ୍‌ର ଅସଲ ଚରିତ୍ର କ'ଣ ତାହା ସମଗ୍ର ବିଶ୍ବ ଜାଣିସାରିଛି। ସିକ୍କିମ-ଭୁଟାନ-ତିବ୍ବତର ଏକ ସଂଯୋଗ ଅଂଚଳ ଡୋକ୍‌ଲାମକୁ ଚୀନ୍‌ ବଳପୂର୍ବକ ନିଜ ନିୟନ୍ତ୍ରଣକୁ ନେବାପାଇଁ ଉଦ୍ୟମ କରିଥିଲା। ଭାରତର ପ୍ରବଳ ପ୍ରତିରୋଧ ଯୋଗୁଁ ୭୩ ଦିନ ପରେ ପଛକୁ ହଟିବା ପାଇଁ ବାଧ୍ୟ ହୋଇଥିଲା। ଏବେ ଲଦାଖ୍‌ରେ ମଧ୍ୟ ସେଭଳି ଦୀର୍ଘକାଳୀନ ବିବାଦ ସୃଷ୍ଟି କରିବାକୁ ଚୀନ୍‌ର ଉଦ୍ୟମକୁ ଭାରତ ଆରମ୍ଭରୁ ହିଁ ପଣ୍ଡ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛି।

ଲଦାଖ୍‌ ସୀମାରେ ଆବଶ୍ୟକ ହେଲେ ସୁରକ୍ଷା ଆହୁରି କଡ଼ାକଡ଼ି ହେବ ବୋଲି ବରିଷ୍ଠ କମାଣ୍ଡରମାନଙ୍କ ବୈଠକରେ ସେନା ମୁଖ୍ୟ ଏମ୍‌ଏମ୍‌ ନରବଣେ ସ୍ପଷ୍ଟ କରିଦେଇଛନ୍ତି। ଭାରତ ଓ ଚୀନ୍‌ ମଧ୍ୟରେ ୨୦୧୩ରେ ସ୍ବାକ୍ଷର ହୋଇଥିବା ସୀମା ସୁରକ୍ଷା ସହଯୋଗ ଚୁକ୍ତି (ବିଡିସିଏ)କୁ ଚୀନ୍‌ ବାରମ୍ବାର ଉଲ୍ଲଂଘନ କରୁଛି ଏବଂ ସୀମା ପାଟ୍ରୋଲିଂ ବ୍ୟବସ୍ଥାକୁ ସମ୍ମାନ ଦେଉନାହିଁ। ଏ ବାବଦରେ ଭାରତ ଚୀନ୍‌କୁ ବାରମ୍ବାର ତାଗିଦ କରାଇ ଆସୁଛି। ଆଗକୁ ଭାରତର ସୀମାରେ ଚୀନ୍‌ର ସାମାନ୍ୟତମ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ବୋଲି ଚୀନ୍‌ର ସେନା ଅଧିକାରୀଙ୍କୁ ସ୍ପଷ୍ଟ କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe