ଜିଲ୍ଲାର ନାମ ପରିବର୍ତ୍ତନକୁ ବିରୋଧ କରି ହିଂସା: ଆନ୍ଧ୍ର ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଦେଲେ

Advertisment
ଜିଲ୍ଲାର ନାମ ପରିବର୍ତ୍ତନକୁ ବିରୋଧ କରି ହିଂସା: ଆନ୍ଧ୍ର ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଦେଲେ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଅମଲାପୁରମ ଅଂଚଳରେ ଜିଲ୍ଲାର ପୁନଃ ନାମକରଣକୁ ବିରୋଧ କରି ହିଂସା ଉପୁଜିଛି। ବିଶୃଙ୍ଖଳ ଜନତା ରାଜ୍ୟ ପରିବହନ ମନ୍ତ୍ରୀ ପି ବିଶ୍ବରୂପଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ତେବେ ମନ୍ତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପୁଲିସ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରିଛି। ଏକ ପୁଲିସ ଗାଡ଼ି ଏବଂ ଏକ ଶିକ୍ଷାନୁଷ୍ଠାନର ବସ୍‌ରେ ବି ନିଆଁ ଲଗାଇ ଦିଆଯାଇଛି। ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ପ୍ରାୟ ୨୦ ଜଣ ପୁଲିସ ଆହତ ହୋଇଛନ୍ତି। ରାଜ୍ୟ ଗୃହମନ୍ତ୍ରୀ କହିଛନ୍ତି, ଉକ୍ତ ଘଟଣାରେ ପୁଙ୍ଖା‌ନୁପୁଙ୍ଖ ତଦନ୍ତ ହେବ ଏବଂ ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନୂଆ କରି ସୃଷ୍ଟି ହୋଇଥିବା କୋନାସିମା ଜିଲ୍ଲାକୁ ବି.ଆର୍‌ ଆମ୍ବେଦକର କୋନାସିମା ଜିଲ୍ଲାରେ ନାମକରଣ କରିବାର ପ୍ରସ୍ତାବକୁ ବିରୋଧ କରି ଏହି ହିଂସା ଉପୁଜିଛି। ଜିଲ୍ଲାର ବିଭିନ୍ନ ଅଂଚରେ ଉତ୍ତେଜନା ବଢ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe