ବିଜେପି ପ୍ରାର୍ଥୀଙ୍କ ଗାଡ଼ିରେ ଆସାମ ‘ପୋଲ୍‌ ପାନେଲ୍‌ ଟିମ୍‌’ ‘ଇଭିଏମ୍‌’ ନେବାରୁ ହିଂସାକାଣ୍ଡ

ବିଜେପି ପ୍ରାର୍ଥୀଙ୍କ ଗାଡ଼ିରେ ଆସାମ ‘ପୋଲ୍‌ ପାନେଲ୍‌ ଟିମ୍‌’ ‘ଇଭିଏମ୍‌’ ନେବାରୁ ହିଂସାକାଣ୍ଡ

Image Courtesy of NDTV

ଗୌହାଟି: ଗତକାଲି ଆସାମରେ ବାରାକ୍‌ ଉପତ୍ୟକା ଅଞ୍ଚଳରେ ନିୟୋଜିତ ଏକ ‘ପୋଲ୍‌ ପାନେଲ୍‌ ଟିମ୍‌’ ଭୋଟ୍‌ ଗ୍ରହଣ ପରେ ‘ଇଭିଏମ୍‌’ଗୁଡ଼ିକୁ ଜଣଙ୍କ ବ୍ୟକ୍ତିଗତ ଗାଡ଼ିରେ ନେବାଦ୍ୱାରା ହିଂସାକାଣ୍ଡ ଘଟିଛି।

ଉତ୍ତ୍ୟକ୍ତଜନତା, ବିଶେଷକରି ବିରୋଧୀ ଦଳଗୁଡ଼ିକର ସମର୍ଥକମାନେ ଉକ୍ତ କାର୍‌କୁ ବେଢ଼ି ଯିବାରୁ ପୁଲିସ ଶୂନ୍ୟକୁ ଫାଙ୍କା ଗୁଳି ଚଳାଇବା ସହ ଲାଠି ଚଳନା କରିଥିଲା। ଉକ୍ତ କାର୍‌ଟି କରିମ୍‌ଗଞ୍ଜ ଜିଲ୍ଲାର ଜଣେ ବିଜେପି ପ୍ରାର୍ଥୀଙ୍କର ବୋଲି ଜଣାପଡ଼ିଛି। ସରକାରୀ କର୍ତ୍ତୃପକ୍ଷମାନଙ୍କ କହିବା ଅନୁସାରେ, ଉକ୍ତ ‘ଇଭିଏମ୍‌’ ଓ ନିର୍ବାଚନରେ ନିୟୋଜିତ କର୍ମଚାରୀମାନେ ସୁରକ୍ଷିତ ଅଛନ୍ତି।

publive-image Image Courtesy of India Today

ନିର୍ବାଚନ କମିସନ୍‌ କହିବା ଅନୁସାରେ, ସାମାଜିକ ଗଣମାଧ୍ୟମରେ ପ୍ରସାରିତ ସେହି ବୋଲେରୋ କାର୍‌ଟି ଆସାମର ପଥରକାଣ୍ଡି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ କୃଷ୍ଣେନ୍ଦୁ ପାଲ୍‌ଙ୍କର।

ଘଟଣା ସଂକ୍ରାନ୍ତରେ ବୁଝିବା ପାଇଁ ଗତକାଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ କମିସନ୍‌କୁ କହିଥିଲେ। ନିର୍ବାଚନ କମିସନ୍‌ ସୂତ୍ରରୁ ପ୍ରକାଶ ଯେ, ଘଟଣାସ୍ଥଳରେ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ପହଞ୍ଚିବା ବେଳକୁ ସେ ବୋଲେରୋ କାର୍‌ ଭିତରେ କି, ପାଖରେ କୌଣସି ପୋଲିଙ୍ଗ୍‌ ଅଫିସର୍‌ କିଂବା ନିର୍ବାଚନ କମିସନ୍‌ କର୍ମଚାରୀ ନ ଥିଲେ।

ଘଟଣା ସଂକ୍ରାନ୍ତରେ ଆସାମର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଜରିଆରେ କରିମଗଞ୍ଜ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଠାରୁ ଭାରତର ନିର୍ବାଚନ କମିସନ୍‌ ସବିଶେଷ ବିବରଣୀ ମାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe