ମଣିପୁରରେ ପୁଣି ହିଂସା: ଏସ୍‌ପିଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ

Advertisment

ମଣିପୁରର କାଙ୍ଗପୋକପି ସହରରେ ଥିବା ଏସ୍‌ପିଙ୍କ  କାର୍ଯ୍ୟାଳୟ ଉପରେ ଶୁକ୍ରବାର ସନ୍ଧ୍ୟାରେ ଉଗ୍ର ଜନତା ଆକ୍ରମଣ କରିଛନ୍ତି। ଏହି ହିଂସାରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। କିଛି ଲୋକ  ପୁଲିସ ପ୍ରଶାସନିକ ମୁଖ୍ୟାଳୟ...

ମଣିପୁରର କାଙ୍ଗପୋକପି ସହରରେ ଥିବା ଏସ୍‌ପିଙ୍କ  କାର୍ଯ୍ୟାଳୟ ଉପରେ ଶୁକ୍ରବାର ସନ୍ଧ୍ୟାରେ ଉଗ୍ର ଜନତା ଆକ୍ରମଣ କରିଛନ୍ତି। ଏହି ହିଂସାରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। କିଛି ଲୋକ  ପୁଲିସ ପ୍ରଶାସନିକ ମୁଖ୍ୟାଳୟ...

sfsfsff

ଇମ୍ଫାଲ: ମଣିପୁରର କାଙ୍ଗପୋକପି ସହରରେ ଥିବା ଏସ୍‌ପିଙ୍କ  କାର୍ଯ୍ୟାଳୟ ଉପରେ ଶୁକ୍ରବାର ସନ୍ଧ୍ୟାରେ ଉଗ୍ର ଜନତା ଆକ୍ରମଣ କରିଛନ୍ତି। ଏହି ହିଂସାରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। କିଛି ଲୋକ  ପୁଲିସ ପ୍ରଶାସନିକ ମୁଖ୍ୟାଳୟ ଉପରେ ଅତର୍କିତ ଆକ୍ରମଣ କରିବା ସହ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ୍‌ କରିଥିଲେ। କୁକି ସଂପ୍ରଦାୟର ଶତାଧିକ ଲୋକ ଏହି ଆକ୍ରମଣରେ ସାମିଲ ଥିବା ବେଳେ ପୁଲିସ ସହ ସେମାନଙ୍କ ସଂଘର୍ଷରେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। କୁକି ଅଧ୍ୟୁଷିତ ଅଂଚଳରେ ସୁରକ୍ଷା ବାହିନୀ ମୁତୟନକୁ ବିରୋଧ କରି ଏହି ହିଂସା ହୋଇଛି।

ବ୍ୟାପକ ଭଙ୍ଗାରୁଜା, ଅନେକ ଆହତ

ଆକ୍ରମଣକାରୀମାନେ ଅନେକ ପୁଲିସ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ପାହାଡ଼ିଆ ଜିଲ୍ଲା କାଙ୍ଗପୋକପିରେ ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି ଏବଂ କୁକି ଓ ମୈତେୟୀ ସଂପ୍ରଦାୟ ମଧ୍ୟରେ ପୁଣି ଥରେ ବଡ଼ ହିଂସା ଘଟିବା ଆଶଙ୍କା କରାଯାଉଛି ।  ୩ ଦିନ ତଳେ କାଙ୍ଗପୋକପି ଜିଲ୍ଲାର ସାଇବୋଲ ଅଞ୍ଚଳରେ କୁକି ସମ୍ପ୍ରଦାୟର ମହିଳାମାନେ ସୁରକ୍ଷା ବାହିନୀ ମୁତୟନକୁ ବିରୋଧ କରିବାରୁ ଏକ ବଡ଼ ଧରଣର ସଂଘର୍ଷ ଘଟିଥିଲା। ୨୦୨୩ ମେ ମାସରୁ ଘଟୁଥିବା ଜାତିଆଣ ହିଂସା ପାଇଁ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ ରାଜ୍ୟବାସୀଙ୍କୁ କ୍ଷମା ମାଗିବା ସହ ଅତୀତକୁ  ଭୁଲିଯିବାକୁ ସମସ୍ତ ବର୍ଗଙ୍କୁ ନିବେଦନ କରିବାର କିଛି ଦିନ ପରେ ଏହି ନୂଆ ହିଂସା ଆରମ୍ଭ ହୋଇଛି। ସୁରକ୍ଷା ବାହିନୀଠାରୁ ଲୁଟ୍‌ ହୋଇଥିବା ବିପୁଳ ଅସ୍ତ୍ରଶସ୍ତ୍ର କୁକି ଉଗ୍ରପନ୍ଥୀଙ୍କ ପାଖରେ ରହିଥିବାରୁ ମୈତେୟୀ ସମ୍ପ୍ରଦାୟ ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe