Advertisment

ରାମନବମୀରେ ପଶ୍ଚିମବଙ୍ଗରେ ହିଂସା ; ଦୁଇ ଗୋଷ୍ଠୀମଧ୍ୟରେ ସଂଘର୍ଷ, ଜଳାପୋଡ଼ା

Advertisment
ରାମନବମୀରେ ପଶ୍ଚିମବଙ୍ଗରେ ହିଂସା ; ଦୁଇ ଗୋଷ୍ଠୀମଧ୍ୟରେ ସଂଘର୍ଷ, ଜଳାପୋଡ଼ା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ହାୱଡ଼ାରେ ରାମନବମୀ ପାଳନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା ଖବର ହସ୍ତଗତ ହୋଇଛି । ଏହି ସଂଘର୍ଷ ପରେ ରାସ୍ତାରେ ଥିବା ଅନେକ ଗାଡ଼ିରେ ନିଆଁ ଲଗାଇ ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ରାମନବମୀ ଶୋଭାଯାତ୍ରା ହାଓ୍ବଡ଼ାର ଶିବପୁରୀ ଅଞ୍ଚଳ ଦେଇ ଯିବା ସମୟରେ କେତେକ ସଂପ୍ରଦାୟର ଲୋକେ ପଥରମାଡ଼ କରିଥିଲେ । ଫଳରେ ଏହାକୁ ନେଇ ହିଂସାକାଣ୍ଡ ଆରମ୍ଭ ହୋଇଥିଲା । କେତେକ ଦୁର୍ବୃତ୍ତ ରାସ୍ତାରେ ଥିବା କେତେକ ଗାଡ଼ିରେ ନିଆଁ ଲଗାଇଦେଇଥିଲେ । ଦଙ୍ଗା ନିୟନ୍ତ୍ରଣ ବାହିନୀ ସମେତ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳର ଭିଡିଓରେ ପୁଲିସ ଭ୍ୟାନ୍ ଓ କାରର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳୁଛି। ସେହିପରି ରାଜ୍ୟର ଇସ୍ଲାମପୁର ଅଞ୍ଚଳରେ ବି ରାମନବମୀ ଶୋଭାଯାତ୍ରାକୁ ନେଇ ହିଂସାକାଣ୍ଡ ଦେଖିବାକୁ ମିଳିଛି ।

କୋଲକାତାରେ ଦୁଇ ଦିନିଆ ଧାରଣାରେ ବସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଙ୍ଗାକାରୀଙ୍କୁ ଦେଶର ଶତ୍ରୁ ବୋଲି କହିବା ସହ ଚେତାବନୀ ଦେଇଛନ୍ତି । ଏହା ପୂର୍ବରୁ ମମତା ବାନାର୍ଜୀ ଭକ୍ତମାନଙ୍କୁ ଶାନ୍ତିଶୃଙ୍ଖଳାର ସହ ଶୋଭାଯାତ୍ରା କରିବାକୁ ନିବେଦନ କରିଥିଲେ। ମୁଁ ଅନୁରୋଧ କରିବାକୁ ଚାହୁଁଛି ଯେ ଆଜି ଯେଉଁମାନେ ରାମନବମୀ ପାଇଁ ଶୋଭାଯାତ୍ରା କରୁଛନ୍ତି, ଦୟାକରି ବାହାରକୁ ଯାଆନ୍ତୁ କିନ୍ତୁ ଶାନ୍ତିରେ। ଶାନ୍ତିଶୃଙ୍ଖଳାରେ ପାଳନ କରନ୍ତୁ ଏବଂ ହିଂସା ବିସ୍ତାର କରିବାକୁ ଚେଷ୍ଟା କରନ୍ତୁ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe