ହରିୟାଣା-ରାଜସ୍ଥାନ ସୀମାରେ ହିଂସ୍ର ହେଲା ଚାଷୀ ଆନ୍ଦୋଳନ

Advertisment

ପୁଲିସର ଲାଠି ଚାଳନା, ୫୦ରୁ ଅଧିକ ଆନ୍ଦୋଳନକାରୀ ଅଟକ

ପୁଲିସର ଲାଠି ଚାଳନା, ୫୦ରୁ ଅଧିକ ଆନ୍ଦୋଳନକାରୀ ଅଟକ

ହରିୟାଣା-ରାଜସ୍ଥାନ ସୀମାରେ ହିଂସ୍ର ହେଲା ଚାଷୀ ଆନ୍ଦୋଳନ

Times of India

ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଚାଷୀ ଆନ୍ଦୋଳନ ଆଜି ହରିୟାଣା-ରାଜସ୍ଥାନ ସୀମାରେ ଉଗ୍ର ରୂପ ନେଇଛି। ଶ୍ରୀଗଙ୍ଗାନଗରରୁ ଆସିଥିବା ଆନ୍ଦୋଳନକାରୀମାନେ ପୁଲିସ ବ୍ୟାରିକେଡ ଭାଙ୍ଗିବା ସହ ସରକାରୀ ସମ୍ପତ୍ତି ନଷ୍ଟ କରିଥିଲେ ଏବଂ ଶତାଧିକ ଟ୍ରାକ୍ଟର ଏବଂ ଟ୍ରଲିକୁ ହରିୟାଣା ସୀମାରେ ବଳପୂର୍ବକ ପ୍ରବେଶ କରାଇଥିଲେ। ପରିସ୍ଥିତି ଅସମ୍ଭାଳ ହୋଇଉଠିବାରୁ ପୁଲିସକୁ ଲାଠମାଡ଼ କରିବାକୁ ପଡ଼ିଥିଲା । ଏଥିରେ ଅନେକ ଚାଷୀ ଆହତ ହୋଇଥିବା ଜଣାପଡ଼ିଛି। ପୁଲିସ ୫୦ରୁ ଅଧିକ ଉଗ୍ର ପ୍ରଦର୍ଶନକାରୀଙ୍କୁ ଅଟକ ରଖିଛି।

ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଚାଷୀ ଆନ୍ଦୋଳନକୁ ହିଂସାର ରୂପ ନଦେବା ପାଇଁ ହରିୟାଣା ସରକାର ନିବେଦନ କରିଛନ୍ତି। ଆନ୍ଦୋଳନକାରୀମାନେ ସାଧାରଣ ଲୋକଙ୍କ ଯାନବାହନ ଏବଂ କୌଣସି ସରକାରୀ ସମ୍ପତ୍ତି ନଷ୍ଟ କରିବାକୁ ପ୍ରୟାସ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଚେତାବନୀ ଦିଆଯାଇଛି । ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ଗତକାଲି ହୋଇଥିବା ଆଲୋଚନା ଉତ୍ସାହପ୍ରଦ ଥିଲା ଏବଂ ଚାଷୀମାନଙ୍କର ଦୁଇଟି ଦାବିକୁ ସରକାର ଗ୍ରହଣ କରିଥିବାରୁ ଏ ଦିଗରେ ଲାଗି ରହିଥିବା ଅଚଳବସ୍ଥାର ଖୁବ୍‌ଶୀଘ୍ର ଅବସାନ ଘଟିବ ବୋଲି ଆଶା ରହିଛି। ଆଗାମୀ ୪ ତାରିଖ ଦିନ ସରକାର ଏବଂ ଚାଷୀ ନେତାଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ କଥାବାର୍ତ୍ତା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe