ଜଲଗାଓଁରେ ହିଂସା: ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଫିଙ୍ଗା,କର୍ଫ୍ୟୁ ଜାରି

Advertisment

ମହାରାଷ୍ଟ୍ରର ଜଲଗାଓଁରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଫିଙ୍ଗିବା ମାମଲା ଘଟିଛି। ଶିବସେନା ମନ୍ତ୍ରୀ ଗୁଲାବରାଓ ପାଟିଲଙ୍କ ପରିବାର କାରରେ ଯାଉଥିବା ସମୟରେ ହର୍ଣ୍ଣ ବଜାଇବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହା ସହିତ ଉତ୍ତେଜନା ବଢ଼ିବା ସହ ହିଂସାକାଣ୍ଡ ଆରମ୍ଭ ହୋଇଥିଲା...

ମହାରାଷ୍ଟ୍ରର ଜଲଗାଓଁରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଫିଙ୍ଗିବା ମାମଲା ଘଟିଛି। ଶିବସେନା ମନ୍ତ୍ରୀ ଗୁଲାବରାଓ ପାଟିଲଙ୍କ ପରିବାର କାରରେ ଯାଉଥିବା ସମୟରେ ହର୍ଣ୍ଣ ବଜାଇବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହା ସହିତ ଉତ୍ତେଜନା ବଢ଼ିବା ସହ ହିଂସାକାଣ୍ଡ ଆରମ୍ଭ ହୋଇଥିଲା...

Violence in Jalgaon

Violence in Jalgaon Photograph: (Sambad.in)

ଜଲଗାଓଁ: ମହାରାଷ୍ଟ୍ରର ଜଲଗାଓଁରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଫିଙ୍ଗିବା ମାମଲା ଘଟିଛି।  ଶିବସେନା ମନ୍ତ୍ରୀ ଗୁଲାବରାଓ ପାଟିଲଙ୍କ ପରିବାର କାରରେ ଯାଉଥିବା ସମୟରେ ହର୍ଣ୍ଣ ବଜାଇବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହା ସହିତ ଉତ୍ତେଜନା ବଢ଼ିବା ସହ ହିଂସାକାଣ୍ଡ ଆରମ୍ଭ ହୋଇଥିଲା।

ସୂଚନାନୁସାରେ, ମଙ୍ଗଳବାର ରାତିରେ ଜଲଗାଓଁ ଜିଲ୍ଲାର ପାଲାଡି ଗ୍ରାମରେ ପଥର ଫିଙ୍ଗିବା ସହ ଅଗ୍ନିକାଣ୍ଡ ଘଟଣା ଘଟିଛି। ଜଲଗାଓଁରେ ଏହି ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ ଶିବସେନା ମନ୍ତ୍ରୀ ଗୁଲାବରାଓ ପାଟିଲଙ୍କ ପରିବାର ଯେଉଁ ଗାଡି ଚଳାଉଥିଲେ ସେହି ଡ୍ରାଇଭର ହର୍ଣ୍ଣ ବଜାଇବା ଆରମ୍ଭ କରିଥିଲେ ସେତେବେଳେ ଲୋକମାନେ ଅସ‌ନ୍ତୁଷ୍ଟ ହୋଇଥିଲେ।

ଏହାକୁ ନେଇ କର୍ମୀମାନଙ୍କ ମଧ୍ୟରେ ବାଦବିବାଦ ଆରମ୍ଭ ହୋଇଥିଲା। ଏହି କାରଣରୁ କ୍ରୋଧିତ ଜନତା ପଥର ଫିଙ୍ଗିବା ଆରମ୍ଭ କରିଥିଲେ ଏବଂ ହିଂସାକାଣ୍ଡ ଘଟିଥିଲା। ଉତ୍ୟକ୍ତ ଲୋକେ ଦୋକାନ ଓ ଗାଡିରେ ନିଆଁ ଲଗାଇବା ଆରମ୍ଭ କରିଥିଲେ।  ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।  ପୁଲିସ ୨୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ଏପର୍ଯ୍ୟନ୍ତ ପ୍ରାୟ ୧୦ ଜଣଙ୍କୁ ଗିରଫ କରିଛି।

ଅଧିକ ପଢ଼ନ୍ତୁ: ଅଜଣା ଯୁବତୀଙ୍କ ସହ ନୂଆବର୍ଷ ପାଳନ କରି ଚର୍ଚ୍ଚାରେ ଆରୟନ୍ ଖାନ୍

ଏହି ପ୍ରସଙ୍ଗରେ ଜଲଗାଓଁ ଏଏସପି କବିତା ନେରକର କହିଛନ୍ତି, ସୋମବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗାଁରେ କର୍ଫ୍ୟୁ ଲାଗୁ କରାଯାଇଛି। ମଙ୍ଗଳବାର ରାତିରେ ଧାରଣ ଗ୍ରାମ ପୁଲିସ ଷ୍ଟେସନ ଅନ୍ତର୍ଗତ ପର୍ଦା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସାମାନ୍ୟ ଘଟଣାକୁ ନେଇ ବିବାଦ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଲୋକମାନେ କିଛି ଦୋକାନରେ ନିଆଁ ଲଗାଇ ଦେଇଥିଲେ।

ତେଣୁ ପୁଲିସ ଏହି ଅଞ୍ଚଳରେ ବହୁ ସଂଖ୍ୟକ ପୁଲିସ ଟିମ୍ ନିୟୋଜିତ କରିଛି ଯାହା ପରେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଆଭ୍ୟନ୍ତରୀଣ ବିବାଦ କାରଣରୁ ଘଟିଥିବା ଏହି ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ ୨୦-୨୫ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଥିସହ ଶାନ୍ତି ବଜାୟ ରଖିବାକୁ ପୁଲିସ ସମସ୍ତଙ୍କୁ ନିବେଦନ କରିଛି।

ଅଧିକ ପଢ଼ନ୍ତୁ: ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର ଦେଲେ ମୋଦୀ ସରକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe