ମଣିପୁରରେ ପୁଣି ହିଂସା, ୫ ମୃତ

ମଣିପୁରର ଜିରିବାମ୍ ଜିଲ୍ଲାରେ ଶନିବାର ସକାଳେ ହୋଇଥିବା ହିଂସାକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଶୋଇଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ଏବଂ ପରବର୍ତ୍ତୀ ଗୁଳିବିନିମୟରେ ୪ ଜଣ ସଶସ୍ତ୍ର ବ୍ୟକ୍ତିପ୍ରାଣ ହରାଇଥିଲେ।

manipur

 ଇମ୍ପାଲ : ମଣିପୁରର ଜିରିବାମ୍ ଜିଲ୍ଲାରେ ଶନିବାର ସକାଳେ ହୋଇଥିବା ହିଂସାକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଶୋଇଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ଏବଂ ପରବର୍ତ୍ତୀ ଗୁଳିବିନିମୟରେ ୪ ଜଣ ସଶସ୍ତ୍ର ବ୍ୟକ୍ତିପ୍ରାଣ ହରାଇଥିଲେ। 

ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଜିଲ୍ଲା ସଦର ମହକୁମାଠାରୁ ପାଞ୍ଚ କିଲୋମିଟର ଦୂର ଏକ ନିର୍ଜନ ସ୍ଥାନରେ ଏକାକୀ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ଆତଙ୍କବାଦୀମାନେ ପଶି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପରେ ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୭ କିଲୋମିଟର ଦୂର ପାହାଡ଼ରେ ରହି ସଂଘର୍ଷକରୁଥିବା ସଂପ୍ରଦାୟର ସଶସ୍ତ୍ର ବ୍ୟକ୍ତିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ୩ ଜଣ  ଆତଙ୍କବାଦୀଙ୍କ ସମେତ ୪ ଜଣ ସଶସ୍ତ୍ର ବ୍ୟକ୍ତି ନିହତ ହୋଇଥିଲେ।

ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଜିଲ୍ଲା ସଦର ମହକୁମାଠାରୁ ପାଞ୍ଚ କିଲୋମିଟର ଦୂର ଏକ ନିର୍ଜନ ସ୍ଥାନରେ ଏକାକୀ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ଆତଙ୍କବାଦୀମାନେ ପଶି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପରେ ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୭ କିଲୋମିଟର ଦୂର ପାହାଡ଼ରେ ଦୁଇ ସଂପ୍ରଦାୟର ସଶସ୍ତ୍ର ବ୍ୟକ୍ତିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ୩ ଜଣ  ଆତଙ୍କବାଦୀଙ୍କ ସମେତ ୪ ଜଣ ସଶସ୍ତ୍ର ବ୍ୟକ୍ତି ନିହତ ହୋଇଥିଲେ।

ଶୁକ୍ରବାର ରାତିରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାରେମ୍ବାମ୍ କୋଇରେଙ୍ଗଙ୍କ ଘରେ ରକେଟ ଆକ୍ରମଣ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପରିସରରେ ଏହି ରକେଟ୍ ଖସି ପଡ଼ିଥିଲା। ଏହି ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଏହି ଘଟଣାରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। କିଛି ଦିନ ତଳେ ମଣିପୁରର ସେନଜାମ୍ ଚିରାଙ୍ଗରେ ହୋଇଥିବା ଆଉ ଏକ ଡ୍ରୋନ୍ ବୋମା ବିସ୍ଫୋରଣରେ ୩ ଜଣ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe