ପାକିସ୍ତାନରେ ପୁଣି ମୁହାଁମୁହିଁ ହେଲେ ପୁଲିସ ଓ ଇମ୍ରାନଙ୍କ ସମର୍ଥକ

ପାକିସ୍ତାନର ଇସଲାମାବାଦରେ ପୁଲିସ ଓ  ଇମ୍ରାନ ଖାଁଙ୍କସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ପିଟିଆଇ କର୍ମୀମାନେ ପୁଲିସ ଉପରକୁ ପଥରମାଡ଼ କରିବା ପରେ ପୁଲିସକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା। ତେବେ ସ୍ଥିତି ନିୟନ୍ତ୍ରଣାଧୀନ ନ ହେବାରୁ ପୁଲିସ ଗୁଳିଚାଳନା କରିଥିଲା ।

ଅଦ୍ୟତନ ହୋଇଛି
pti rally

ଲାହୋର: ପାକିସ୍ତାନର ଇସଲାମାବାଦରେ ପୁଲିସ ଓ  ଇମ୍ରାନ ଖାଁଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ପିଟିଆଇ କର୍ମୀମାନେ ପୁଲିସ ଉପରକୁ ପଥରମାଡ଼ କରିବା ପରେ ପୁଲିସକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା। ତେବେ ସ୍ଥିତି ନିୟନ୍ତ୍ରଣାଧୀନ ନ ହେବାରୁ ପୁଲିସ ଗୁଳିଚାଳନା କରିଥିଲା । ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ପିଟିଆଇ ନେତା ଫୱାଦ ଚୌଧୁରୀ ଏବିପି ନ୍ୟୁଜକୁ ଏହି ସୂଚନା ଦେଇଛନ୍ତି।

ଏବିପି ନ୍ୟୁଜ୍ ସହ ଏକ ସ୍ୱତନ୍ତ୍ର କଥାବାର୍ତ୍ତାରେ ସେ କହିଛନ୍ତି, ରାଲିକୁ ଆସିଥିବା ଲୋକଙ୍କୁ ଗୁଳି କରାଯାଇଥିଲା। ଫଳରେ ଲୋକଙ୍କ ମୃତ୍ୟୁ ହୋଇଥିଲା। ପାକିସ୍ତାନରେ ମାର୍ଶାଲ ଲ' ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଇମ୍ରାନ୍ ସମର୍ଥକମାନେ ଇସଲାମାବାଦ ଖାଲି କରିବେ ନାହିଁ ବୋଲି ସେ କହିଛନ୍ତି।

ପିଟିଆଇ ନେତା ଫଓ୍ବାଦ ଚୌଧୁରୀ କହିଛନ୍ତି, ରାଲିକୁ ଆସିଥିବା ଲୋକଙ୍କୁ ଗୁଳି କରାଯାଇଥିଲା। ଫଳରେ ଲୋକଙ୍କ ମୃତ୍ୟୁ ହୋଇଥିଲା। ପାକିସ୍ତାନରେ ମାର୍ଶାଲ ଲ' ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଇମ୍ରାନ୍ ସମର୍ଥକମାନେ ଇସଲାମାବାଦ ଖାଲି କରିବେ ନାହିଁ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ରାଲି ସମୟରେ ପଥର ମାଡ଼ରେ ଅନେକ ପୁଲିସ ଅଧିକାରୀଙ୍କ ସମେତ ୮ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାରେ ଏସ୍ ଏସ୍ ପି ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଶାହବାଜ ସରିଫ ସରକାର ଇସଲାମାବାଦ ଯିବା ରାସ୍ତାକୁ ବନ୍ଦ କରିଦେଇଥିଲେ। ସଭାଗୃହରେ ମଧ୍ୟ ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଇସଲାମାବାଦର ଡେପୁଟି କମିଶନର ତେହରିକ-ଏ-ଇନସାଫ ଆୟୋଜକଙ୍କୁ ଯେକୌଣସି ପରିସ୍ଥିତିରେ ବୈଠକ ଶେଷ କରିବାକୁ କହିଥିଲେ। ଏହାପରେ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ବିକ୍ଷୋଭକାରୀଙ୍କ ପଥରମାଡ଼ର ଜବାବରେ ଏହି ଗୁଳିଚାଳନା କରାଯାଇଥିଲା, ଯେଉଁଥିରେ ସେଫ୍ ସିଟିର ଏସଏସପିଙ୍କ ସମେତ ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିଲେ ବୋଲି ଇସଲାମାବାଦ ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe