କୋଲକାତା: ୱାକଫ ସଂଶୋଧନ ଆଇନକୁ ବିରୋଧ କରି ଗତ କିଛି ଦିନ ଧରି ପଶ୍ଚିମବଙ୍ଗରେ ଚାଲିଥିବା ହିଂସା ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ। ପୂର୍ବରୁ ମୁର୍ଶିଦାବାଦରେ ହିଂସା ଚାଲିଥିବାବେଳେ ଏବେ ଦକ୍ଷିଣ ୨୪ ପରଗନା ଜିଲ୍ଲାକୁ ହିଂସା ବ୍ୟାପିଛି । ଜିଲ୍ଲାର ଭାଙ୍ଗରରେ, ପ୍ରଦର୍ଶନକାରୀମାନେ ପୁଲିସ ଗାଡ଼ିଗୁଡ଼ିକୁ ନିଆଁ ଲଗାଇ ଦେଇଥିଲେ ଏବଂ ପ୍ରବଳ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏହି ଘଟଣାପରେ ବହୁ ସଂଖ୍ୟକ ପୁଲିସ ମୁତୟନ କରାଯାଇଛି।
ସୂଚନା ଅନୁସାରେ ଆଇଏସଏଫ ବିଧାୟକ ନୌସାଦ ସିଦ୍ଦିକି ୱାକଫ ଆଇନ ବିରୋଧରେ ପ୍ରତିବାଦ କରୁଥିଲେ, ଯେଉଁଥିରେ ପୁଲିସ ପ୍ରତିବାଦକାରୀଙ୍କୁ ଯୋଗଦେବାରୁ ବାରଣ କରିଥିଲା। ଏହା ପରେ ପ୍ରଦର୍ଶନକାରୀମାନେ ଉତ୍ତ୍ୟକ୍ତ ହୋଇ ବରମପୁରରେ ରାସ୍ତା ଅବରୋଧ କରିଥିଲେ। ଏହା ପରେ ପୋଲିସ ମଧ୍ୟ ଲାଠିଚାର୍ଜ କରିଥିଲା।
ଆଇଏସଏଫ ବିଧାୟକ ନୌସାଦ ସିଦ୍ଦିକି ୱାକଫ ଆଇନ ବିରୋଧରେ ପ୍ରତିବାଦ କରୁଥିଲେ, ଯେଉଁଥିରେ ପୁଲିସ ପ୍ରତିବାଦକାରୀଙ୍କୁ ଯୋଗଦେବାରୁ ବାରଣ କରିଥିଲା। ଏହା ପରେ ପ୍ରଦର୍ଶନକାରୀମାନେ ଉତ୍ତ୍ୟକ୍ତ ହୋଇ ବରମପୁରରେ ରାସ୍ତା ଅବରୋଧ କରିଥିଲେ। ଏହା ପରେ ପୋଲିସ ମଧ୍ୟ ଲାଠିଚାର୍ଜ କରିଥିଲା।
ମୁର୍ଶିଦାବାଦ ହିଂସା ସମ୍ପର୍କରେ ପଶ୍ଚିମବଙ୍ଗ ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ମହମ୍ମଦ ସଲିମ୍ କହିଛନ୍ତି, "ବହୁତ ଚେଷ୍ଟା ପରେ, ମୁଁ ସେହି ସ୍ଥାନରେ ପହଞ୍ଚିପାରିଲି ଯେଉଁଠାରେ ସମସ୍ତ ହିଂସା ଘଟିଥିଲା ଏବଂ ଲୋକଙ୍କୁ ହତ୍ୟା କରାଯାଇଥିଲା। ପୁଲିସ ସେଠାରେ ଉପସ୍ଥିତ ନଥିଲା। ଗାଁ ଲୋକଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ, ପୋଲିସ ଦଙ୍ଗାକାରୀଙ୍କୁ ହିଂସା କରିବାକୁ ଅନୁମତି ଦେଇଥିଲା। ସମଗ୍ର ଗାଁ ପୋଡ଼ି ଦିଆଯାଇଥିଲା, ନଷ୍ଟ କରାଯାଇଥିଲା, ଲୁଟ କରାଯାଇଥିଲା ଏବଂ ସେଠାରେ କୌଣସି ପୁଲିସ କିମ୍ବା ଅଗ୍ନିଶମ ବାହିନୀ ନଥିଲା।"
Follow Us