ମସଜିଦ୍ ସର୍ଭେକୁ ନେଇ ୟୁପିରେ ହିଂସା: ୩ ମୃତ, ୩୦ରୁ ଅଧିକ ପୁଲିସ ଆହତ

ଉତ୍ତରପ୍ରଦେଶର ସମ୍ଭଲରେ ମୁଗଲ ଯୁଗର  ଏକ ଜାମା ମସଜିଦ୍  ସର୍ଭେ ପାଇଁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ନିଆଯାଇଥିବା ପଦକ୍ଷେପକୁ ବିରୋଧ କରି ବ୍ୟାପକ ‌ହିଂସା ହୋଇଛି।  ଆଜି  ସକାଳେ  ସ୍ଥାନୀୟ ବାସିନ୍ଦା  ଓ ପୁଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ...

aaddadaa

ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲରେ ମୁଗଲ ଯୁଗର  ଏକ ଜାମା ମସଜିଦ୍  ସର୍ଭେ ପାଇଁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ନିଆଯାଇଥିବା ପଦକ୍ଷେପକୁ ବିରୋଧ କରି ବ୍ୟାପକ ‌ହିଂସା ହୋଇଛି।  ଆଜି  ସକାଳେ  ସ୍ଥାନୀୟ ବାସିନ୍ଦା  ଓ ପୁଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି। ଉତ୍ତେଜନା ଲାଗି ରହିଥିବାରୁ ସମ୍ଭଲରେ ଇଣ୍ଟରନେଟ୍‌ ସେବା ବନ୍ଦ  ରଖାଯାଇଛି। ଏହି ମସଜିଦ ଏକ ହିନ୍ଦୁ ମନ୍ଦିର ସ୍ଥଳରେ ନିର୍ମିତ ହୋଇଥିବା ଦାବିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଇନଗତ ଲଢ଼େଇ ଏବେ ଭିନ୍ନ ମୋଡ଼ ନେଇଛି। ଜଣେ ଆଡଭୋକେଟ କମିସନରଙ୍କ ନେତୃତ୍ୱରେ  ଆଜି ସର୍ଭେ ଟିମ୍ କାମ ଆରମ୍ଭ କରିବା ବେଳେ ମସଜିଦ୍ ନିକଟରେ ଭିଡ଼ ଜମିବାରୁ  ଉତ୍ତେଜନା ବଢ଼ିଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ଭୀଷଣ ହିଂସାର ରୂପ ନେଇଥିଲା। ପୁଲିସକୁ ମସଜିଦ ଭିତରକୁ ପ୍ରବେଶ କରିବାରୁ ରୋକିବାକୁ  ପ୍ରାୟ ହଜାରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ସେମାନେ ପୁଲିସ କର୍ମଚାରୀଙ୍କ ଉପରକୁ ପ୍ରବଳ ପଥର ମାଡ଼ କରିଥିଲେ। ଏହା ସହ ଉତ୍ତ୍ୟକ୍ତ ଲୋକେ ୧୦ରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

ସରକାରଙ୍କ ପଦକ୍ଷେପକୁ ଦାୟୀ କଲେ ଅଖିଳେଶ

ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ପ୍ରୟାସ କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ;ା ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ମୃତକମାନଙ୍କୁ ନଇମ, ବିଲାଲ ଓ ନୌମାନ ଭାବେ ଚିହ୍ନଟ କରାଯାଇଛି।  ଅନ୍ୟପକ୍ଷରେ ହିଂସାକାରୀଙ୍କ ଆକ୍ରମଣରେ ସ୍ଥାନୀୟ ଏସ୍‌ପି ମଧ୍ୟ ଆହତ ହୋଇଥିବା ମୁରାଦାବାଦ ଡିଭିଜନାଲ କମିସନର ଅଞ୍ଜନେୟ କୁମାର ସିଂହ କହିଛନ୍ତି। ଐତିହାସିକ ସତ୍ୟକୁ ଉନ୍ମୋଚନ କରିବା ଦିଗରେ ସର୍ଭେ ଏକ ଜରୁରୀ ପଦକ୍ଷେପ ବୋଲି ହିନ୍ଦୁ ପକ୍ଷ ଯୁକ୍ତି କରୁଥିବା ବେଳେ ବିରୋଧୀମାନେ ଏହାକୁ ଏକ ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ଭାବରେ ଦେଖୁଛନ୍ତି । ଏଭଳି ସର୍ଭେ ଉପାସନା ସ୍ଥଳ ଆଇନ-୧୯୯୧ ଅନୁଯାୟୀ ଧାର୍ମିକ ସ୍ଥଳଗୁଡ଼ିକର ପବିତ୍ରତାକୁ ଉଲ୍ଲଂଘନ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଆଜିର ହିଂସା ଘଟଣାରେ ୩ ଜଣ ମହିଳାଙ୍କ ସମେତ ୧୫ ଜଣଙ୍କୁ ଗିରଫ କରାଯାଇଛି।  ପ୍ରବଳ ଉତ୍ତଜେନା ସତ୍ତ୍ୱେ ଅଧିକାରୀମାନେ ଯୋଜନା ଅନୁଯାୟୀ ସର୍ଭେ ଶେଷ କରିଥିଲେ। ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ ସର୍ଭେ ଟିମ୍ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫି ସହାୟତାରେ ଉକ୍ତ ସ୍ଥାନର ବିସ୍ତୃତ ଯାଞ୍ଚ କରିଥିଲେ। ନଭେମ୍ବର ୨୯ ସୁଦ୍ଧା ସର୍ଭେ ରିପୋର୍ଟ ଦାଖଲ କରାଯିବା କାର୍ଯ୍ୟକ୍ରମ ରହିଛି।  ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜନୈତିକ  ପ୍ରତିକ୍ରିୟା ପ୍ରକାଶ ପାଇଛି। ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ସରକାର ନିକଟରେ ହୋଇଥିବା ଉପନିର୍ବାଚନରେ ଜାଲିଆତି ଅଭିଯୋଗରୁ ଦୂରେଇ ରହିବା ପାଇଁ ଏଭଳି ଅଶାନ୍ତି ସୃଷ୍ଟି କରୁଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe