ପଶ୍ଚିମବଙ୍ଗରେ ହିଂସା ଅଣାୟତ୍ତ: ପୁଲିସ କମିସନରଙ୍କୁ ହଟାଗଲା, ୧୫ ଜୁନ୍‌ ପର୍ଯ୍ୟନ୍ତ ଧାରା ୧୪୪ ଲାଗୁ

Advertisment

୮୦ ଉପଦ୍ରବକାରୀ ଗିରଫ

୮୦ ଉପଦ୍ରବକାରୀ ଗିରଫ

ପଶ୍ଚିମବଙ୍ଗରେ ହିଂସା ଅଣାୟତ୍ତ: ପୁଲିସ କମିସନରଙ୍କୁ ହଟାଗଲା, ୧୫ ଜୁନ୍‌ ପର୍ଯ୍ୟନ୍ତ ଧାରା ୧୪୪ ଲାଗୁ

The Avenue Mail

କୋଲାକାତା: ପୈଗମ୍ବର ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ବିରୋଧରେ ପଶ୍ଚିମବଂଗରେ ଗତକାଲିଠାରୁ ହିଂସା ଜାରି ରହିଛି। ହାଓଡ଼ାରେ ଉପଦ୍ରବକାରୀଙ୍କ ଦ୍ବାରା ପଥର ମାଡ଼, ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣା ପରେ ଅଧିକାଂଶ ଅଂଚଳରେ ଧାରା ୧୪୪ ଲାଗୁ ହୋଇଛି। ହାଓଡ଼ାରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ରାଜ୍ୟ ସରକାର କେତେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ପୁଲିସ କମିସନର ସି ସୁଧାକରନ ଏବଂ ହାଓଡ଼ା ଗ୍ରାମୀଣ ଏସ୍‌ପି ସୌମ୍ୟା ରାୟଙ୍କୁ ତାଙ୍କ ଦାୟିତ୍ବରୁ ହଟାଇ ଦିଆଯାଇଛି। ପ୍ରବୀଣ ତ୍ରିପାଠୀ ହାଓଡ଼ାର ନୂଆ ପୁଲିସ କମିସନର ନିଯୁକ୍ତ ହୋଇଛନ୍ତି। ହାଓଡ଼ାରେ ଆଜି ମଧ୍ୟ ହିଂସାରେ ୩୦ରୁ ଅଧିକ ଆହତ ହୋଇଛନ୍ତି ଏବଂ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଜୁନ୍‌ ୧୫ ତାରିଖ ପର୍ଯ୍ୟନ୍ତ ଧାରା ୧୪୪ ଲାଗୁ ହୋଇଛି। ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର ଆଜି ହିଂସାଗ୍ରସ୍ତ ହାଓଡ଼ା ଗସ୍ତରେ ବହାରିଥିବା ବେଳେ ରାସ୍ତାରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ୪ ଘଣ୍ଟା ଅଟକ ରଖି ଛାଡ଼ି ଦିଆଯାଇଥିଲା।

ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ କେତେକ ରାଜନୈତିକ ଦଳ ଦଙ୍ଗା ପାଇଁ ଲୋକଙ୍କୁ ଉସୁକାଉଛନ୍ତି । ହିଂସାକୁ ପ୍ରୋତ୍ସାହନ ନଦେବା ପାଇଁ ସେ ଚେତାବନୀ ଦେଇଛନ୍ତି। ହାଓଡ଼ା ଜିଲ୍ଲା ପାଞ୍ଚିଆରେ ଗତକାଲି ନମାଜ ପରଠାରୁ ଆରମ୍ଭ ହୋଇଥିବା ହିଂସା ଆଜି ଆହୁରି ବ୍ୟାପକ ହୋଇଛି। ଉପଦ୍ରବକାରୀମାନେ ପୁଲିସ ବାହିନୀ ଉପରେ ୧୦ରୁ ଅଧିକ ସ୍ଥାନରେ ପ୍ରବଳ ପଥର ମାଡ଼ କରିଛନ୍ତି। ଦଙ୍ଗାକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସ୍‌ ସେଲ୍‌ ପ୍ରୟୋଗ କରିଛି। କେତେକ ସ୍ଥାନରେ ଦଙ୍ଗାକାରୀମାନେ ମଧ୍ୟ ବୋମାମାଡ଼ କରିଥିବା ଖବର ମିଳିଛି। ହାଓଡ଼ା ସମେତ ହିଂସାଗ୍ରସ୍ତ ବିଭିନ୍ନ ଅଞ୍ଚଳରୁ ୮୦ରୁ ଅଧିକ ଉପଦ୍ରବକାରୀଙ୍କୁ ଗିରଫ କରାଯାଇଛି। ହାଓଡ଼ାରେ ଦଙ୍ଗାକାରୀମାନେ ଲୋକଙ୍କୁ ଟାର୍ଗେଟ୍‌ କରି ଆକ୍ରମଣ କରୁଥିବାରୁ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe