New Indian Express
ନୂଆଦିଲ୍ଲୀ : ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ବାସଭବନ ବାହାରେ ବିଜେପି କର୍ମୀ ଏବଂ କାଉନସିଲର୍ଙ୍କ ଆନ୍ଦୋଳନ ଗତକାଲି ହିଂସାର ରୂପ ନେଇଥିଲା। ବିଜେପି କର୍ମୀମାନେ ଗତକାଲି କେଜ୍ରିୱାଲ୍ଙ୍କ ବାସଭବନ ବାହାରେ ସିସିଟିଭି କ୍ୟାମେରା ଭଙ୍ଗାରୁଜା କରିଥିଲେ। ଆପ୍ ମଧ୍ୟ ଏ ସଂକ୍ରାନ୍ତରେ ଏକ ଭିଡିଓ ଜାରି କରିଛି। ବିଜେପି ନେତାଙ୍କ ଉପସ୍ଥିତିରେ ବିଜେପି କର୍ମୀମାନେ କେଜ୍ରିୱାଲଙ୍କ ବାସଭବନ ବାହାରେ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି ବୋଲି ଆପ୍ ଅଭିଯୋଗ କରିଛି।
ଅନ୍ୟପକ୍ଷେ ଉତ୍ତର ଦିଲ୍ଲୀ ପୌର ନିଗମ ମେୟର ଜୟ ପ୍ରକାଶ କହିଛନ୍ତି, ବିଜେପିର ମହିଳା କାନ୍ସିଲରମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଯେଉଁଠି ଶୋଇଥିଲେ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଲୋକ କ୍ୟାମେରା ଲାଗାଇଥିଲେ। ଏହାକୁ ମହିଳା କାଉନ୍ସିଲରମାନେ ବିରୋଧ କରିଥିଲେ। ଏହି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିବା ଜଣାପଡ଼ିଛି। ପୂର୍ବରୁ ବିଜେପି ନେତାମାନେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ତାଙ୍କ ବାସଭବନ ବାହାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ୬ ବିଜେପି ନେତା ଗିରଫ ହୋଇଛନ୍ତି।
Follow Us