ୟୁକ୍ରେନରେ ପ୍ରଚଣ୍ଡ ଆକ୍ରମଣ ଜାରି, ୪ ଶିଶୁ ସମେତ ୨୫ ଜଣଙ୍କ ମୃତ୍ୟୁ

Advertisment
ୟୁକ୍ରେନରେ ପ୍ରଚଣ୍ଡ ଆକ୍ରମଣ ଜାରି, ୪ ଶିଶୁ ସମେତ ୨୫ ଜଣଙ୍କ ମୃତ୍ୟୁ

Al Jazeera

କିବ୍‌: ରୁଷ୍‌ ୟୁକ୍ରେନ ଉପରେ ରାତି ଅଧିଆ ବୋମାମାଡ଼ ଜାରି ରଖିଛି। ଗୁରୁବାର ରାତିରୁ ରୁଷ୍‌ର ଯୁଦ୍ଧ ବିମାନଗୁଡ଼ିକ ୟୁକ୍ରେନର ପ୍ରମୁଖ ସହରଗୁଡ଼ିକ ଉପରେ ଆକ୍ରମଣ ଚଳାଇଛନ୍ତି। ଗତରାତିରେ ହୋଇଥିବା ବୋମା ବର୍ଷାରେ ବ୍ୟାପକ ଧ୍ବଂସଲୀଳା ଘଟିବା ସହ ୨୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି। ରୁଷ୍‌ର ମିସାଇଲ୍‌ ମାଡ଼ରେ ଏକ ବିଶାଳ ଆପାର୍ଟମେଣ୍ଟ୍‌ ଜଳି ଯାଇଛି। ଅନେକ ଫ୍ଲାଟ ମାଟିରେ ମିଶିଯାଇଥିବାରୁ ଶତାଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି ।

କିବ୍‌, ମାଇକୋଲେବ, କ୍ରେମେନଚୁକ ଏବଂ ପୋଲଟବାରେ ରୁଷ୍ ଲଗାତାର କ୍ଷେପଣାସ୍ତ୍ର ମାଡ଼ କରୁଛି। ଦୀର୍ଘ ୨ ମାସ ପରେ ରୁଷ୍‌ ୟୁକ୍ରେନ ଉପରେ ଏଭଳି ବର୍ବର ଆକ୍ରମଣ କରିଛି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ରୁଷ୍‌ର ଏଭଳି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ‌ଜେଲେନସ୍କି କହିଛନ୍ତି, ରୁଷ୍‌ର ଏହି ଆକ୍ରମଣ ପାଇଁ ରୁଷ୍‌କୁ ୟୁକ୍ରେନ ଏବଂ ସମଗ୍ର ବିଶ୍ବ କଡ଼ା ଜବାବ ଦେବ। ରୁଷ୍‌ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ଆକ୍ରମଣ କରିଛି ବୋଲି ଜେଲେନସ୍କି କହିଛନ୍ତି। ଅନ୍ୟପକ୍ଷେ ରୁଷ୍ ଜନବସତି ଅଞ୍ଚଳରେ ଆକ୍ରମଣକୁ ଖଣ୍ଡନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe