ପୂର୍ବ ୟୁକ୍ରେନ୍‌ରେ ପ୍ରଚଣ୍ଡ ଆକ୍ରମଣ, ସ୍କୁଲ୍‌ରେ ବୋମା ବର୍ଷା ବନ୍ଦ ପାଇଁ ଜାତିସଂଘର ଚେତାବନୀ

Advertisment
ଏଯାଏଁ କେତେ କ୍ଷତି ସହିଲେଣି ଋଷ-ୟୁକ୍ରେନ ଜାଣିଛନ୍ତି କି?

Yahoo Finance

କିବ୍‌/ନ୍ୟୁୟର୍କ  : ଆଉ ୧୦ ଦିନ ପରେ ୟୁକ୍ରେନ୍‌ ଯୁଦ୍ଧକୁ ୩ ମାସ ପୂରିଯିବ। ୟୁକ୍ରେନ୍‌ ଯୁଦ୍ଧକୁ ୧୧ ସପ୍ତାହ ଚାଲିଥିବା ବେଳେ ରୁଷ୍‌ ଏବେ ରଣନୀତି ବଦଳାଇ ପୂର୍ବ ୟୁକ୍ରେନକୁ ପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ଆକ୍ରମଣ ଜୋରଦାର କରିଛି। ପୂର୍ବ ୟୁକ୍ରେନର ବିଭିନ୍ନ ଗ୍ରାମଗୁଡ଼ିକୁ ରୁଷ୍‌ ବୋମାବର୍ଷା କରି ଛାରଖାର୍‌ କରିଦେଇଛି। ୟୁକ୍ରେନ୍‌ ସେନା ଶତାଧିକ ଗ୍ରାମରୁ ହଟିଯିବା ପାଇଁ ଏକପ୍ରକାର ବାଧ୍ୟ ହୋଇଥିବା ବେଳେ ଏସବୁ ଅଂଚଳରେ ରୁଷ୍‌ ତତ୍କାଳ ନିଜର ଅଧିକାରୀ ନିଯୁକ୍ତ କରି ଲୋକଙ୍କୁ ରୁଷ୍‌ ଶାସନ ପାଇଁ ସହଯୋଗ କରବାକୁ ଲୋକଙ୍କୁ କହୁଛି। ଡୋନବାସ ଅଞ୍ଚଳର ୨୦ରୁ ଅଧିକ ସହର ରୁଷ୍‌ର ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା କ୍ରେମ୍‌ଲିନ୍‌ ମୁଖପାତ୍ର ଦାବି କରିଥିବା ବେଳେ ୟୁକ୍ରେନ୍‌ ଏହାକୁ ଗ୍ରହଣ କରିନାହିଁ।

ଇତି ମଧ୍ୟରେ ଜାତିସଂଘ ରୁଷ୍‌ରେ ସ୍କୁଲ୍‌ଗୁଡ଼ିକ ଉପରେ ହେଉଥିବା ଆକ୍ରମଣ ଘଟଣା ପାଇଁ ରୁଷ୍‌କୁ କଡ଼ା ସମା‌ଲୋଚନା କରିଛି। ସୁରକ୍ଷା ପରିଷଦ ବୈଠକରେ ଏ ବାବଦରେ ଆଲୋଚନା ପରେ ଜାରି ବିବୃତିରେ କୁହାଯାଇଛି ଯେ ସାମରିକ ଟାର୍ଗେଟ୍‌ ହାସଲ ପାଇଁ ସ୍କୁଲ୍‌ଗୁଡ଼ିକ ଉପରେ ଆକ୍ରମଣ ନହେବା ଉଚିତ। ୟୁନିସେଫ୍‌ (ଜାତିସଂଘ ଅନ୍ତର୍ଜାତୀୟ ଶିଶୁ ଜରୁରୀ ପାଣ୍ଠି)ର ଉପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓମାର ଅବ୍‌ଦି କହିଛନ୍ତି, ୟୁକ୍ରେନ୍‌ରେ ସ୍କୁଲ୍‌ଗୁଡ଼ିକ ଉପରେ ଲଗାତାର ଆକ୍ରମଣ ହେଉଛି। ଦେଶବ୍ୟାପୀ ବିଭିନ୍ନ ସ୍କୁଲ୍‌ ଉପରେ ବୋମାମାଡ଼ ହେଉଛି। ଅନ୍ୟପକ୍ଷରେ ୟୁକ୍ରେନ୍‌ ସେନା ମଧ୍ୟ ସ୍କୁଲ୍‌ଗୁଡ଼ିକୁ ସାମରିକ ଲକ୍ଷ୍ୟ ହାସଲ ପାଇଁ ସୂଚନା, ଆଶ୍ରୟ ଏବଂ ଯୋଗାଣ କେନ୍ଦ୍ର ଭାବେ ବ୍ୟବହାର କରୁଥିବାରୁ ଏହାକୁ ନେଇ ୟୁନି‌ସେଫ୍‌ ଉଦ୍‌ବେଗ ପ୍ରକାଶ କରିଛି। ସ୍କୁଲଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଉଭୟ ପକ୍ଷ ସମ୍ବେଦନାର ସହ ପଦକ୍ଷେପ ନେବା ଆବଶ୍ୟକ ବୋଲି କୁହାଯାଇଛି। ୟୁକ୍ରେନ୍‌ ଯୁଦ୍ଧ ଶିଶୁ ଅଧିକାର କ୍ଷେତ୍ରରେ ବଡ଼ ସଙ୍କଟ ସୃଷ୍ଟି କରିଛି। ଗତ ମାସରେ ପ୍ରାୟ ୧୦୦ ଶିଶୁ ପ୍ରାଣ ହରାଇଛନ୍ତି। ଫେବ୍ରୁଆରି ୨୪ରେ ଯୁଦ୍ଧ ଆରମ୍ଭ ହେବାଠାରୁ ଏଯାବତ ମୋଟ୍‌ ୨୩୯ ଶିଶୁଙ୍କ ମୃତ୍ୟୁ ହୋଇଛି ଏବଂ ୩୫୫ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe