ନାଗରିକତା ସଂଶୋଧନ ଆଇନ୍‌: ଦିଲ୍ଲୀ ଜାମିଆ ନଗରରେ ତେଜିଲା ଉତ୍ତେଜନା, ବସ୍‌ ଜାଳିଦେଲେ ଛାତ୍ରଛାତ୍ରୀ...

ନାଗରିକତା ସଂଶୋଧନ ଆଇନ୍‌: ଦିଲ୍ଲୀ ଜାମିଆ ନଗରରେ ତେଜିଲା ଉତ୍ତେଜନା, ବସ୍‌ ଜାଳିଦେଲେ ଛାତ୍ରଛାତ୍ରୀ...

https://www.ndtv.com/

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ ଆସାମ ପରି ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ଦକ୍ଷିଣ ଦିଲ୍ଳୀରେ ମଧ୍ୟ ଉତ୍ତେଜନା ତୀବ୍ର ହୋଇଛି। ଜାମିଆ ମିଲିଆ ଇସ୍‌ଲାମିଆର ଛାତ୍ରଛାତ୍ରୀମାନେ ଏକତ୍ର ହୋଇ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିଲ୍ଳୀ ପୁଲିସ୍‌ ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିବା ବେଳେ ଆନ୍ଦୋଳନାରୀମାନଙ୍କ ସହ ମୁହାଁମୁହିଁ ହୋଇଛି। ପୁଲିସ୍‌ ପରିସ୍ଥିତିକୁ ଆୟତ୍ତ କରିବାକୁ ଟିୟର୍‌ ଗ୍ୟାସ୍‌ ‌ପକାଇଥିବା ବେଳେ ଆନ୍ଦୋଳନକାରୀମାନେ ରାଗରେ ଆସି କାର୍‌ ଭଙ୍ଗାରୁଜା କରିବା ସହ ୩ଟି ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି।

ଶହ ଶହ ଜାମିଆ ଛାତ୍ରଛାତ୍ରୀ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଗତକାଲି ସେମାନଙ୍କ ବିଶ୍ବ ବିଦ୍ୟାଳୟ ପରିିସରରୁ ଶୋଭାଯାତ୍ରା ବାହାର କରି ସଂସଦରେ ପହଞ୍ଚିବା ପରଦିନ ଏପରି କାଣ୍ଡ ଘଟାଇଛନ୍ତି।

publive-image PTI

ଉଲ୍ଲେଖଯୋଗ୍ୟ, ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଆସାମରେ ବି ଉତ୍ତେଜନା ସେହିପରି ଲାଗିରହିଛି। ଗୁଳିମାଡ଼ରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆହୁରି ୨ ଜଣଙ୍କର ମୃତ୍ୟୁ ଘଟିବା ପରେ ମୃତ୍ୟୁ ସଂଖ୍ୟା ୫ ଛୁଇଁଛି। ଆସାମର ଗୌହ୍ବାଟୀ, ଦିବ୍ରୁଗଡ଼, ତେଜପୁର, ତିନସୁକିଆ ଆଦି ଅଞ୍ଚଳ‌ରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଛି। ସେହିପରି ପଶ୍ଚିମବଙ୍ଗର ମାଳଦା, ମରସିଦାବାଦ୍‌, ଉତ୍ତର ଦିନାଜପୁର, ହାୱଡା ଏବଂ ଦକ୍ଷିଣ ୨୪ ପରଗନା ଓ ଉତ୍ତର ୨୪ ପରଗନାର କିଛି ଅଞ୍ଚଳରେ ମଧ୍ୟ ଇଣ୍ଟର୍‌ନେଟ୍‌ ଓ ମୋବାଇଲ୍‌ ସେବା ବାଧାପ୍ରାପ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe