Advertisment

Violent protests: ପାକିସ୍ତାନରେ ଜାତିସଂଘ କାର୍ଯ୍ୟାଳୟ ଜାଳି ଦେଲେ ପ୍ରତିବାଦକାରୀ

Advertisment

ୟାତୋଲ୍ଲା ଖେମିନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ନିଆଁ ଜଳୁଛି। ଲୋକମାନେ ରାସ୍ତାକୁ ଓହ୍ଲାଇ ଆମେରିକା ବିରୋଧରେ ତୀବ୍ର ବିରୋଧ ପ୍ରଦର୍ଶନ କରୁଥିବାବେଳେ କରାଚୀ ଓ ଲାହୋରଠାରେ ଆମେରିକା ବାଣିଜ୍ୟିକ ଦୂତାବାସ ବାହାରେ ଭୀଷଣ ସଂଘର୍ଷ...

ୟାତୋଲ୍ଲା ଖେମିନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ନିଆଁ ଜଳୁଛି। ଲୋକମାନେ ରାସ୍ତାକୁ ଓହ୍ଲାଇ ଆମେରିକା ବିରୋଧରେ ତୀବ୍ର ବିରୋଧ ପ୍ରଦର୍ଶନ କରୁଥିବାବେଳେ କରାଚୀ ଓ ଲାହୋରଠାରେ ଆମେରିକା ବାଣିଜ୍ୟିକ ଦୂତାବାସ ବାହାରେ ଭୀଷଣ ସଂଘର୍ଷ...

01bbs_78_01032026_112

ଇସଲାମାବାଦ: ଅୟାତୋଲ୍ଲା ଖେମିନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ନିଆଁ ଜଳୁଛି। ଲୋକମାନେ ରାସ୍ତାକୁ ଓହ୍ଲାଇ ଆମେରିକା ବିରୋଧରେ ତୀବ୍ର ବିରୋଧ ପ୍ରଦର୍ଶନ କରୁଥିବାବେଳେ କରାଚୀ ଓ ଲାହୋରଠାରେ ଆମେରିକା ବାଣିଜ୍ୟିକ ଦୂତାବାସ ବାହାରେ ଭୀଷଣ ସଂଘର୍ଷ ଦେଖିବାକୁ ମିଳିଛି। ପାକିସ୍ତାନର ସିହା ବହୁଳ ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ, ବ୍ୟାପକ ପୋଡ଼ାଜଳା ଦେଖିବାକୁ ମିଳିଛି।

ପାକିସ୍ତାନର ଉତ୍ତରରେ ଥିବା ଗିଲଗିଟ୍‌-ବାଲ୍ଟିସ୍ତାନର ସ୍କାଡୁଠାରେ ଥିବା ଜାତିସଂଘ କାର୍ଯ୍ୟାଳୟ‌ରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେବା ସହିତ ଆଖାପାଖ କୋଠାରେ ଭଙ୍ଗାରୁଜା କରିଛନ୍ତି। ଏଥିରେ ଜାତିସଂଘ କାର୍ଯ୍ୟାଳୟ କିଛି ଅଂଶ ପୋଡ଼ି ଯାଇଛି। ଏହାପୂର୍ବରୁ ପ୍ରତିବାଦକାରୀ କରାଚୀଠା‌ରେ ଆମେରିକା ଦୂତାବାସଠାରେ ବ୍ୟାପକ ପୋଡ଼ାଜଳା କରିଥିବାବେଳେ ଆମେରିକା ସାମୁଦ୍ରିକ ସୁରକ୍ଷା କର୍ମୀଙ୍କ ଗୁଳିରେ ୧୨ ଜଣ ପାକିସ୍ତାନ ନାଗରିକଙ୍କର ମୃତ୍ୟୁ ହୋଇଥିବାବେଳେ ୬୦ ଜଣ ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: Attack on Iran: ଇରାନ ଅସ୍ତ୍ରରେ ଇରାନ ଉପରେ ଆକ୍ରମଣ

ଲାହୋର, ପେଶାୱର ଓ ଅନ୍ୟ ସହରରେ ଆମେରିକା ବିରୋଧୀ ପ୍ରତିବାଦ ଜୋର ଧରିଥିବାବେଳେ ଇସଲାମାବାସ୍ଥିତ ଦୂତାବାସ ପକ୍ଷରୁ ଆମେରିକା ଏହାର ନାଗରିକଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ ପରାମର୍ଶ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe