ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ରାଜ୍ୟରେ ହିଂସା ସୃଷ୍ଟି ନ କରି ଶାନ୍ତି ବଜାୟ ରଖିବାକୁ ଅନୁରୋଧ କଲେ ମମତା ବାନାର୍ଜୀ

ଆମେରିକାରୁ ମମତାଙ୍କୁ ଭାରତୀୟ ଡାକ୍ତରଙ୍କ ପରାମର୍ଶ, କରୋନା ଭୂତାଣୁର ଭୟାବହତାକୁ ହୃଦୟଙ୍ଗମ କର

The Indian Express

କୋଲକାତା: ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ପଶ୍ଚିବଙ୍ଗରେ ଉତ୍ତେଜନା ସୃଷ୍ଟି ହେବା ପରେ ରାଜ୍ୟବାସୀମାନଙ୍କୁ  ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯେଉଁମାନେ ହିଂସା ଉପୁଜାଇବା ପାଇଁ ଚେଷ୍ଟା କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମମତା ସ୍ପଷ୍ଟ ଭାବେ କହିଛନ୍ତି।

ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ରାଜ୍ୟର ବିିଭିନ୍ନ ସ୍ଥାନରେ ଲୋକେ ଗଣ୍ଡଗୋଳ ସୃଷ୍ଟି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏପରି ନକରିବା ପାଇଁ ସେ ରାଜ୍ୟବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମମତା।

publive-image The Financial Express

ମମତା କହିଛନ୍ତି କି ‘ଆଇନ୍‌କୁ ନିଜ ହାତକୁ ନିଅ ନାହିଁ। ରାସ୍ତା ଅବରୋଧ କରି ସାଧାରଣ ଜନତାଙ୍କ ପାଇଁ ସମସ୍ୟା ସୃଷ୍ଟି କର ନାହିଁ। ସରକାରୀ ସମ୍ପତ୍ତିକୁ ନଷ୍ଟ କରନାହିଁ। ଯେଉଁମାନେ ଏପରି କରିବାକୁ ଚେଷ୍ଟା କରିବ‌େ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’

ସେ ଆହୁରି ବି କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନର ରାଜ୍ୟରେ କୌଣସି ପ୍ରଭାବ ରହିବ ନାହିଁ। ଏହାକୁ ନେଇ ଲୋକଙ୍କ ଭିତରେ ଦ୍ବନ୍ଦ୍ବ ସୃଷ୍ଟି କରା ନଯାଉ। ଏଥିସହ ନୂଆ ଆଇନକୁ ପଶ୍ଚିମବଙ୍ଗରେ ଲାଗୁ କରାଇ ଦିଆଯିବ ନାହିଁ ବୋଲି ମମତା ଗତକାଲି ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe