ମଣିପୁରରେ ତୀବ୍ର ଉତ୍ତେଜନା: ଶିବ ମନ୍ଦିରରେ ନିଆଁ ଲଗାଇଲେ ଦୁର୍ବୃତ୍ତ

Advertisment

ମଣିପୁରର ସେନାପତି ଜିଲ୍ଲାରେ ଥିବା ଏକ ଶିବ ମନ୍ଦିରରେ ଗତ ରାତିରେ ଅଜ୍ଞାତ ବ୍ୟକ୍ତି  ନିଆଁ ଲଗାଇ ଦେବାରୁ ମନ୍ଦିରଟି  କ୍ଷତିଗ୍ରସ୍ତ ହୋଇଛି। ରାତି ଗୋଟାଏ ସମୟରେ ଏହି ଘଟଣା ଘଟିଥିବା ବେଳେ କିଛି ସପ୍ତାହ ମଧ୍ୟରେ ଉକ୍ତ ମନ୍ଦିର...

ମଣିପୁରର ସେନାପତି ଜିଲ୍ଲାରେ ଥିବା ଏକ ଶିବ ମନ୍ଦିରରେ ଗତ ରାତିରେ ଅଜ୍ଞାତ ବ୍ୟକ୍ତି  ନିଆଁ ଲଗାଇ ଦେବାରୁ ମନ୍ଦିରଟି  କ୍ଷତିଗ୍ରସ୍ତ ହୋଇଛି। ରାତି ଗୋଟାଏ ସମୟରେ ଏହି ଘଟଣା ଘଟିଥିବା ବେଳେ କିଛି ସପ୍ତାହ ମଧ୍ୟରେ ଉକ୍ତ ମନ୍ଦିର...

gddgjgddggj

ଇମ୍ଫାଲ: ମଣିପୁରର ସେନାପତି ଜିଲ୍ଲାରେ ଥିବା ଏକ ଶିବ ମନ୍ଦିରରେ ଗତ ରାତିରେ ଅଜ୍ଞାତ ବ୍ୟକ୍ତି  ନିଆଁ ଲଗାଇ ଦେବାରୁ ମନ୍ଦିରଟି  କ୍ଷତିଗ୍ରସ୍ତ ହୋଇଛି। ରାତି ଗୋଟାଏ ସମୟରେ ଏହି ଘଟଣା ଘଟିଥିବା ବେଳେ କିଛି ସପ୍ତାହ ମଧ୍ୟରେ ଉକ୍ତ ମନ୍ଦିର ଉପରେ ଏହା ଦ୍ୱିତୀୟ ଆକ୍ରମଣ। ଏହାକୁ ନେଇ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଶ୍ରୀପଶୁପତିନାଥ ମନ୍ଦିରକୁ ଅଳ୍ପଦିନ ବ୍ୟବଧାନରେ ଦୁଇଥର ଟାର୍ଗେଟ କରାଯାଇଛି। ପ୍ରଥମ ଥର ହୋଇଥିବା ଆକ୍ରମଣରେ ମନ୍ଦିରରେ ନିଆଁ ଲାଗିଯାଇଥିଲା। ମନ୍ଦିରର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ପ୍ରାଙ୍ଗଣ ଭିତରେ ଥିବା ଏକ କବାଟ ଆଡ଼କୁ ଜଣେ ମୁଖାପିନ୍ଧା ବ୍ୟକ୍ତି ଏକ ଜଳୁଥିବା କାଠ ଫିଙ୍ଗି ଦେଇଥିଲା। ସୌଭାଗ୍ୟବଶତଃ  ନିଆଁ ବ୍ୟାପିବା ପୂର୍ବରୁ ସ୍ଥାନୀୟ ବାସିନ୍ଦା ଓ ମନ୍ଦିର ରକ୍ଷକମାନେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ।

ମୁଖାପିନ୍ଧା ବ୍ୟକ୍ତି ଘଟଣାସ୍ଥଳରୁ ଖସିଯିବା ପୂର୍ବରୁ ଏକ ସ୍ତମ୍ଭ ପଛରେ ଲୁଚି ରହିଥିବା ଦେଖିବାକୁ ମିଳିଥିଲା। ନାଗା ପିପୁଲ୍ସ ଅର୍ଗାନାଇଜେସନ୍ (ଏନ୍‌ପିଓ) ଓ କରଙ୍ଗ-ସେନାପତି ଟାଉନ୍ କମିଟି (କେଏସ୍‌ଟିସି) ମିଳିତ ବିବୃତି ଜାରି କରି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ସେନାପତି ଏକ ଶାନ୍ତିପ୍ରିୟ ସହର, ଯେଉଁଠି ସମସ୍ତେ ନିଜ ନିଜର ଧର୍ମ ପାଳନ କରୁଛନ୍ତି। ସାମାଜିକ ଶାନ୍ତି ଭଙ୍ଗ କରିବାର ଯେକୌଣସି ଉଦ୍ୟମ ଅତ୍ୟନ୍ତ ନିନ୍ଦନୀୟ ବୋଲି ବିବୃତିରେ କୁହାଯାଇଛି।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe