ଭିଭିଆଇପିଙ୍କ ଆଇଫୋନ୍‌ ହ୍ୟାକ୍‌

Advertisment
ଭିଭିଆଇପିଙ୍କ ଆଇଫୋନ୍‌ ହ୍ୟାକ୍‌

ହାଇଦ୍ରାବାଦ : ଭାରତରେ ୧୩ ଜଣ ଅତିବିଶିଷ୍ଟ ବ୍ୟକ୍ତି (ଭିଭିଆଇପି)ଙ୍କ ଆଇଫୋନ୍‌୍‌କୁ ମାଲ୍‌େଓ୍ଵର୍‌ ମାଧ୍ୟମରେ ହ୍ୟାକ୍‌୍‌ କରାଯାଇଥିବା ତଥ୍ୟ ସାମ୍ନାକୁ ଆସିଛି। ସେମାନଙ୍କ ଆଇ ଫୋନ୍‌୍‌ର ମ୍ୟାସେଜ, ହ୍ଵାଟ୍‌୍‌ସଆପ୍‌, ଲୋକେସନ, ଚାଟ୍‌ ଲଗ୍‌୍‌, ଫଟୋଏବଂ କଣ୍ଟାକ୍ଟ୍‌ସ ଚୋରି ହୋଇଯାଇଛି। ତେବେ ଏ ପର୍ଯ୍ୟନ୍ତ ଏହି ୧୩ ଜଣ ଭଭିଆଇପି କିଏ ତାହା ଚିହଟ୍ନ ହୋଇନାହିଁ। ‘କମସିଆଲ ଥ୍ରେଟ୍‌୍‌ ଇଣ୍ଟେଲିଜେନ୍‌୍‌ସ ଗ୍ରୁପ୍‌’ ସିସ୍‌୍‌କୋ ଟାଲୋଜ୍‌ର ବିଶେଷଜ୍ଞ ଟିମ୍‌ ଆଇ ଫୋନ୍‌ ହ୍ୟାକ୍‌ ହୋଇଥିବା ସଂପର୍କରେ ତଥ୍ୟ ହାସଲ କରିବାରେ ସକ୍ଷମ ହେବାପରେ ସଂସ୍ଥା ପକ୍ଷରୁ ଏ ନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ତେବେ ଏହି ହ୍ୟାକିଂ କାର୍ଯ୍ୟ ଅତି ଉଚ୍ଚସ୍ତରରେ ହୋଇଛି ଏବଂ ହ୍ୟାକର୍‌ ଏକ ସନ୍ଦେହଜନକ ଏପ୍‌୍‌ ମାଧ୍ୟମରେ ୧୩ଟି ଆଇ ଫୋନ୍‌୍‌କୁ ଟାର୍ଗେଟ୍‌ କରିବାରେ ସଫଳ ହୋଇଛି। ତେବେ ଆଇ ଫୋନ୍‌୍‌ ହ୍ୟାକ୍‌ କରିଥିବା ବ୍ୟକ୍ତି ଭାରତରେ ହିଁ ଥିବା ସିସେ୍‌୍‌କୋ ବିଶେଷଜ୍ଞମାନେ କହିଛନ୍ତି। ଏହି ହ୍ୟାକର୍‌ ନିଜକୁ ରୁଷ୍‌ର ବୋଲି ଦେଖାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତା’ର ଚାଲ୍‌ ଧରାପଡ଼ିଯାଇଛି। ହ୍ୟାକର୍‌ ତାର ସଂପୂର୍ଣ୍ଣ ଗତିବିଧି ରୁଷ୍‌ର ଇମେଲ୍‌ ଡୋମେନ ମାଧ୍ୟମରେ କରିଥିବା ବେଳେ ଭାରତର ଭୋଡାଫୋନ୍‌ ନେଟ୍‌୍‌ଓ୍ଵର୍କକୁ ବ୍ୟବହାର କରିଛି। ହ୍ୟାକର୍‌ ଏକ ସୋର୍ସ ମୋବାଇଲ ଡିଭାଇସ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ ତିଆରି କରି ୧୩ ଜଣ ଭିଭିଆଇପିଙ୍କ ଆଇ ଫୋନ୍‌୍‌ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ଟାଲୋଜ୍‌ ସିକ୍ୟୁରିଟିର ବୈଷୟିକ ବିଭାଗ ମୁଖ୍ୟ ଓ୍ଵାରନ୍‌ ମର୍ସର କହିଛନ୍ତି ଯେ ହ୍ୟାକର୍‌ ଆଇନସଂଗତ ଏପ୍‌୍‌ ହ୍ଵାଟ୍‌୍‌ସଆପ୍‌ ଏବଂ ଟେଲିଗ୍ରାମରେ ଭିନ୍ନ ଭିନ୍ନ ବ୍ୟବସ୍ଥା ଯୋଡ଼ି ନୂତନ କୌଶଳର ବ୍ୟବହାର କରିଥିଲା ଏବଂ ଏହାକୁ ଏମ୍‌୍‌ଡିଏମ୍‌୍‌ ଦ୍ୱାରା ୧୩ଟି ଆଇ ଫୋନ୍‌କୁ ପଠାଇ ଦେଇଥିଲା। ସଂପୃକ୍ତ ଆଇ ଫୋନ୍‌ ମାଲିକମାନଙ୍କୁ ବ୍ଲାକ୍‌ମେଲ କରି ଅର୍ଥ ଆଦାୟ କରିବା ହ୍ୟାକର୍‌ର ଉଦ୍ଦେଶ୍ୟ ଥାଇପାରେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe