ଭାରତରେ ମହିଳାଙ୍କୁ ଦିନରେ ପୂଜା, ରାତିରେ ଗଣଦୁଷ୍କର୍ମ କରାଯାଏ ବୋଲି କହି ବିବାଦରେ ଷ୍ଟାଣ୍ଡଅପ୍ କମେଡିଆନ ବୀର ଦାସ

Advertisment
ଭାରତରେ ମହିଳାଙ୍କୁ ଦିନରେ ପୂଜା, ରାତିରେ ଗଣଦୁଷ୍କର୍ମ କରାଯାଏ ବୋଲି କହି ବିବାଦରେ ଷ୍ଟାଣ୍ଡଅପ୍ କମେଡିଆନ ବୀର ଦାସ

ନୂଆଦିଲ୍ଲୀ: ବିବାଦରେ ଜଣାଶୁଣା ଷ୍ଟାଣ୍ଡଅପ୍ କମେଡିଆନ ବୀର ଦାସ। ବିଦେଶରେ ସ୍ବଦେଶକୁ ନେଇ କହିଥିବା କଥା ପାଇଁ ଏବେ ଲୋକେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ତାଙ୍କର ଗୋଟିଏ କବିତା 'ଟୁ ଇଣ୍ଡିଆଜ୍'କୁ ନେଇ ସେ ବିବାଦ ଘେରରେ ରହିଛନ୍ତି। ଆମେରିକାର ୱାଶିଂଟନ୍ ଡିସିରେ ଏକ ଷ୍ଟାଣ୍ଡଅପ୍ କମେଡି କାର୍ଯ୍ୟକ୍ରମରେ ଯୋଗ ଦେଇ ବୀର ଦାସ 'ଟୁ ଇଣ୍ଡିଆଜ୍' ଶୀର୍ଷକ ଏକ କବିତା ପଢ଼ିଥିଲେ। ଏହା ପରେ, ବୀର ଦାସ ଏହାର ଏକ ଭିଡିଓ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ କରିଥିଲେ। ପରେ ଏହା ଭାଇରାଲ ହୋଇଥିବା ବେଳେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଥିବା ସହ ଲୋକମାନେ ତାଙ୍କୁ ଦେଶଦ୍ରୋହୀ ବୋଲି କହିବା ଆରମ୍ଭ କରିଛନ୍ତି।

ବୀର ଦାସ ତାଙ୍କ କବିତା 'ଟୁ ଇଣ୍ଡିଆଜ୍'ରେ ଭାରତ ବିଷୟରେ କିଛି ଏଭଳି କଥା କହିଛନ୍ତି ଯାହା ଅନେକ ଭାରତୀୟଙ୍କ ଭାବନାକୁ ଆଘାତ ଦେଇଛି। ତାଙ୍କ କବିତାରେ ସେ କହିଛନ୍ତି ଯେ, - ମୁଁ ସେହି ଭାରତରୁ ଆସିଛି, ଯେଉଁଠାରେ ବାୟୁମାନ ୯୦୦୦ ଥିଲେ ବି ଆମେ ଆମର ଛାତ ଉପରେ ଶୋଇ ରାତିରେ ତାରା ଗଣୁ। ମୁଁ ସେହି ଭାରତରୁ ଆସିଛି, ଯେଉଁଠାରେ ଆମେ ଦିନରେ ମହିଳାମାନଙ୍କୁ ପୂଜା କରିଥାଉ ଏବଂ ରାତିରେ ଗଣଦୁଷ୍କର୍ମ କରିଥାଉ। ବିଦେଶକୁ ଯାଇ ଭାରତକୁ ଏଭଳି ଦର୍ଶାଇଥିବାରୁ ଲୋକେ ଏବେ ତାଙ୍କୁ ଦେଶ ଦ୍ରୋହୀ ବୋଲି କହିବା ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ଟ୍ରୋଲିଂର ଶିକାର ହେବା ପରେ ଏବେ ଟୁଇଟ କରି ସ୍ପଷ୍ଟୀକରଣ ରଖିଛନ୍ତି ବୀର ଦାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe