ପୁଅ ଫେରିଆସୁ ବୋଲି ଚାହୁଁଛୁ: ଭାଇରାଲ ଆଇଆଇଟି ବାବାଙ୍କ ପରିବାର

ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଜଣେ ଜଣେ ଅନନ୍ୟ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ସାମିଲ ହୋଇଛନ୍ତି। ସବୁଠୁ ଚର୍ଚ୍ଚାରେ ରହିଛନ୍ତି 'ଆଇଆଇଟି ବାବା' ଓରଫ ଅଭୟ ସିଂହ। ପୁଅ ଅଭୟ ଘରକୁ ଫେରିଆସନ୍ତୁ ବୋଲି ଏବେ ତାଙ୍କ ବାପା ଇଚ୍ଛା ପ୍ରକାଶ କରିଛନ୍ତି।

tiitbabab

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଜଣେ ଜଣେ ଅନନ୍ୟ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ସାମିଲ ହୋଇଛନ୍ତି। ସବୁଠୁ ଚର୍ଚ୍ଚାରେ ରହିଛନ୍ତି 'ଆଇଆଇଟି ବାବା' ଓରଫ ଅଭୟ ସିଂହ। ପୂର୍ବତନ ଏରୋସ୍ପେସ୍ ଇଞ୍ଜିନିୟର ସିଂହ ଏହି ମହାନ ଧାର୍ମିକ ମହାକୁମ୍ଭ ମେଳାକୁ ଆସି ଚର୍ଚ୍ଚିତ ହୋଇଛନ୍ତି। ବର୍ତ୍ତମାନ, ତାଙ୍କ ପିତା ତଥା  ହରିୟାଣାର ଝାଜ୍ଜରରେ ଓକିଲ ଥିବା କରଣ ଗ୍ରେୱାଲ ନିଜର ମନ କଥା କହିଛନ୍ତି। ପୁଅ ଅଭୟ ଘରକୁ ଫେରିଆସନ୍ତୁ ବୋଲି ସେ କହିଛନ୍ତି।

ତାଙ୍କ କହିବା ମୁତାବକ, "ଆମର ପରିବାର ଚାହେଁ ଯେ, ଅଭୟ ଘରକୁ ଫେରି ଆସନ୍ତୁ। କିନ୍ତୁ ଏତେ ସଫଳତା ପାଇବା ପରେ, ତାଙ୍କ ପାଇଁ ଫେରିବା ସହଜ ନୁହେଁ। ସେ ଆରମ୍ଭରୁ ଭଲ ଛାତ୍ର ଥିଲେ। ପାଠପଢ଼ା ସାରି ସେ କାନାଡା ଚାକିରି କରିବାକୁ ଚାଲିଯାଇଥିଲେ। କିଛି ବର୍ଷ ପରେ ସେ ଚାକିରି ଛାଡ଼ି ଭାରତ ଆସିବା ସହ ଶିମଲା, ମସୁରୀ ଓ ଧର୍ମଶାଳାରେ ଥିବା ଆଧ୍ୟାତ୍ମିକ ସ୍ଥାନରେ ସମୟ କଟାଇବା ଆରମ୍ଭ କରିଥିଲେ। ଏହା ପରେ ସେ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଥିଲେ। ୬ମାସ ପୂର୍ବରୁ ସେ ଆମ ସହ ସବୁ ସମ୍ପର୍କ ଭାଙ୍ଗିବା ସହ ମୋ ନମ୍ବରକୁ ବ୍ଲକ କରିଦେଇଥିଲେ। ମୁଁ ଶୁଣିଲି ସେ ହରିଦ୍ୱାରରେ ଅଛନ୍ତି। ତାଙ୍କୁ ଦେଖା କରିବାକୁ ଚାହୁଁଥିଲେ ବି ଦେଖା କରିପାରିଲି ନାହିଁ। ଏବେ ସେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରୁ ମୁଁ ତାଙ୍କ ବିଷୟରେ ଜାଣିଲି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe