ଛାତ୍ରୀଙ୍କ ମାର୍କସିଟରେ ଏମିତି ଲେଖିଦେଲେ ଶିକ୍ଷକ, ସମସ୍ତେ ତାଜୁବ

Advertisment
ଛାତ୍ରୀଙ୍କ ମାର୍କସିଟରେ ଏମିତି ଲେଖିଦେଲେ ଶିକ୍ଷକ, ସମସ୍ତେ ତାଜୁବ

ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିଥିବେ ଯେ କିଛି ଛାତ୍ରଛାତ୍ରୀ ପରୀକ୍ଷା ପ୍ରଶ୍ନର ଅଜବ ଉତ୍ତର ସବୁ ଦେଇଥାନ୍ତି | ତେବେ ସୋସିଆଲ ମିଡିଆରେ ଏବେ ଜଣେ ଛାତ୍ରୀଙ୍କ ମାର୍କସିଟ୍ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ତେବେ ଏଥିରେ ଛାତ୍ରୀଜଣକ କୌଣସି ଅଜବ ଉତ୍ତର ଲେଖିନାହାନ୍ତି, ବରଂ ମାର୍କସିଟରେ ପରୀକ୍ଷା ଖାତା ଦେଖିଥିବା ଶିକ୍ଷକ ଜଣକ ଏଭଳି କିଛି ଲେଖିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ୨୦୧୯ର ଏହି ମାର୍କସିଟ୍ ଏବେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଶିକ୍ଷକ 'ପାସଡ଼ ଆଉଟ ବା ଉତ୍ତୀର୍ଣ୍ଣ ହେଲେ ଲେଖିବା ପରିବର୍ତ୍ତେ ପାସଡ଼ ଆୱେ ବା ଆଉ ନାହାନ୍ତି ବା ମୃତ୍ୟୁ ହୋଇଯାଇଛି ବୋଲି ଲେଖିଛନ୍ତି।

ଅର୍ଥାତ ଗୋଟିଏ ଶବ୍ଦର ଭୁଲ ବ୍ୟବହାର ହେତୁ ଧାଡ଼ିଟିର ଅର୍ଥ ସମ୍ପୂର୍ଣ୍ଣ ବଦଳିଯାଇଛି | ଏହାକୁ ଦେଖି ସୋସିଆଲ ମିଡିଆ ୟୁଜର୍ସମାନେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି | ମାର୍କସିଟକୁ ଦେଖିଲେ ଏହା କୁହାଯାଇପାରେ ଯେ ଛାତ୍ରୀଜଣକ ଶ୍ରେଣୀରେ ସପ୍ତମ ସ୍ଥାନ ହାସଲ କରିଛି। ତେବେ, ଏହି ମାର୍କସିଟ୍ ଭାରତର କୌଣସି ବିଦ୍ୟାଳୟର ନୁହେଁ ବରଂ ଦକ୍ଷିଣ ଆଫ୍ରିକାର କୌଣସି ଦେଶର ବୋଲି କୁହାଯାଉଛି | ମାର୍କସିଟ ଅନୁଯାୟୀ ଛାତ୍ରୀଜଣକ ୮୦୦ ରୁ ୫୩୨ ମାର୍କ ହାସଲ କରିଛନ୍ତି। ଏହାକୁ ଦେଖି ଜଣେ ୟୁଜର୍ସ କହିଛନ୍ତି ଯେ ଏହା ଜଣେ ଶିକ୍ଷକଙ୍କ ପାଇଁ ଅତ୍ୟନ୍ତ ଲଜ୍ଜାଜନକ କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe