ମଲ୍‌ ଭିତରେ ମହିଳାଙ୍କ କାନ୍ଧରେ ବସି ପାଦରୁ ଜୋତା ଛଡ଼ାଇ ନେଲା ମାଙ୍କଡ଼

ଉତ୍ତରପ୍ରଦେଶର ଝାନ୍ସିସ୍ଥିତ ମଲରେ ଏକ ମାଙ୍କଡ଼ ଜଣେ ମହିଳା ଗ୍ରାହକଙ୍କୁ ଆକ୍ରମଣ କରି ତାଙ୍କ ଜୋତା ଛଡ଼ାଇ ନେବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା।  ସେ ସମସ୍ତ ଦୃଶ୍ୟ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। 

Monkey

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଝାନ୍ସିସ୍ଥିତ ମଲରେ ଏକ ମାଙ୍କଡ଼ ଜଣେ ମହିଳା ଗ୍ରାହକଙ୍କୁ ଆକ୍ରମଣ କରି ତାଙ୍କ ଜୋତା ଛଡ଼ାଇ ନେବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା।  ସେ ସମସ୍ତ ଦୃଶ୍ୟ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। 

ଭିଡିଓରେ ସିଟି କାର ମଲରେ ମାଙ୍କଡ଼ଟି ଏପଟରୁ ସେପଟକୁ ଡେଇଁ ଅଶାନ୍ତ ପରିବେଶ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ମଲ୍‌ର କର୍ମଚାରୀମାନେ କମଳ ପକାଇ ମାଙ୍କଡ଼ଟିକୁ ଧରିବାକୁ ଚେଷ୍ଟା କରୁଛନ୍ତି। ଭିଡିଓରେ ଆହୁରି ବି ଦେଖିବାକୁ ମିଳିଛି ଯେ ମାଙ୍କଡ଼ଟି ମହିଳାଙ୍କ ଉପରକୁ ଡେଇଁପଡ଼ି କିଛି ସମୟ ପର୍ଯ୍ୟନ୍ତ ବସି ରହୁଛି। ମହିଳା ଜଣକ ଭୟରେ ମୁହଁରେ ହାତ ଦେଇ ତଳେ ବସି ପଡ଼ିଥିବା ବେଳେ ମାଙ୍କଡ଼ଟି ଯାଇ ତାଙ୍କ କାନ୍ଧରେ ବସି ପଡୁଛି। 

କେତେକ କଦଳୀ ଦେଖାଇ ମାଙ୍କଡ଼କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିଥିଲେ। କେତେକ ଲୋକ ମହିଳାଙ୍କୁ ଛିଡ଼ା ହେବାକୁ ପରାମର୍ଶ ଦେଇଥିଲେ। ହେଲେ ମହିଳା ଜଣକ ଭୟରେ ଛିଡ଼ା ହୋଇ ପାରିନଥିଲେ। ମାଙ୍କଡ଼ ଜଣକ କିଛି ସମୟ ମହିଳାଙ୍କ କାନ୍ଧ ଉପରେ ବସିବା ପରେ ଶେଷରେ ଜୋର୍‌ ଜବରଦସ୍ତ କରି ମହିଳାଙ୍କ ପାଦରୁ ଜୋତା ଛଡ଼ାଇ ନେଇଯାଉଛି। ମାଙ୍କଡ଼ଟି ଜୋତାକୁ ଭିଡ଼ିକି ନେବା ଦୃଶ୍ୟଟି ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe