ଭିଡିଓ ଭାଇରାଲ ହେବା ପରେ ମିଳିଲା ମହିଳାଙ୍କ ମୃତଦେହ, ଜଣାପଡ଼ିଲା କେମିତି ଥିଲା ସ୍ୱାମୀଙ୍କ ଅକଥନୀୟ ଅତ୍ୟାଚାର

Advertisment
ଭିଡିଓ ଭାଇରାଲ ହେବା ପରେ ମିଳିଲା ମହିଳାଙ୍କ ମୃତଦେହ, ଜଣାପଡ଼ିଲା କେମିତି ଥିଲା ସ୍ୱାମୀଙ୍କ ଅକଥନୀୟ ଅତ୍ୟାଚାର

photo-NDTV

ଲଖନଉ: ସୀମା ଟପିଲା ସ୍ୱାମୀଙ୍କ ଅତ୍ୟାଚାର ଆଉ ଚାଲିଗଲା ପତ୍ନୀଙ୍କ ଜୀବନ | ଉତ୍ତରପ୍ରଦେଶ ବୁଲନ୍ଦସହରରୁ ଆଜି ଏମିତି ଏକ ଘଟଣା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ କିଛି ଦିନ ତଳେ ବୁଲନ୍ଦସହରରେ ଏକ ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରିବୁଲିଥିଲା | ଯେଉଁଥିରେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଅକଥନୀୟ ଅତ୍ୟାଚାର କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା | ରବିବାର ଦିନ ମହିଳାଙ୍କୁ ପୁଣି ଆକ୍ରମଣ କରାଯାଇଥିଲା, ଆଉ ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ମୃତ୍ୟୁର ୨୪ ଘଣ୍ଟାରୁ ଅଧିକ ସମୟ ପରେ ବି ତାଙ୍କ ସ୍ୱାମୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ଗିରଫ କରାଯାଇ ନାହିଁ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା ଯେ ମହିଳା ଜଣକ ଅତ୍ୟନ୍ତ ଦୟନୀୟ ଭାବେ ତାଙ୍କ ମାଆଙ୍କୁ ଡାକିବାରେ ଲାଗିଛନ୍ତି। ତାଙ୍କ ପାଟିରୁ ରକ୍ତ ଝରୁଥିବାବେଳେ ଆଉ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଖଟ ଉପରେ ମହିଳା ଜଣକ ଶୋଇଛନ୍ତି ଓ ତାଙ୍କ ପାଟିରୁ ଫେଣ ବାହାରୁଛି | ତେବେ ପୃଷ୍ଠଭୂମିରେ ଅନ୍ୟ ଜଣେ ମହିଳାଙ୍କ ସ୍ୱର ଶୁଣିବାକୁ ମିଳୁଛି ଯେ ତାଙ୍କୁ ଏତେ ଜୋରରେ ମାର ନାହିଁ | ଏହି ଭିଡ଼ିଓଟି କିଏ ରେକର୍ଡିଙ୍ଗ କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ |

ଉତ୍ତରପ୍ରଦେଶ ପୁଲିସ କହିଛି ଯେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ମହିଳାଙ୍କ ସ୍ୱାମୀ ହାସିମ | ମହିଳାଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ହତ୍ୟା ଓ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଛି। ମହିଳାଙ୍କ ଭଉଣୀ ଗଣମାଧ୍ୟମକୁ କହିଛନ୍ତି ଯେ ସେ ତାଙ୍କ ଭଉଣୀ ପାଇଁ ନ୍ୟାୟ ଚାହୁଁଛନ୍ତି। ଗତ ମାସରେ ହାସିମ ମୋ ଭଉଣୀକୁ ବିବାହ କରିଥିଲେ | କିନ୍ତୁ ସେ ନିୟମିତ ଭାବେ ତାଙ୍କୁ ଆକ୍ରମଣ କରୁଥିଲା । ତାଙ୍କୁ ଧରାଯାଇ ଉଚିତ ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe