ଟିନା ଡାବିଙ୍କୁ ଓଢ଼ଣା ଟାଣି ଇଂରାଜିରେ ସ୍ବାଗତ ଜଣାଇଥିବା ମହିଳା ସରପଞ୍ଚ ଭାଇରାଲ୍‌

Advertisment

ଜଣେ ମହିଳା ସରପଞ୍ଚଙ୍କ ଭାଷଣର ଭିଡିଓ ‌ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେଉଛି। ସରପଞ୍ଚ ଜଣକ ଇଂରାଜିରେ ଭାଷଣ ଦେଇ ଉପସ୍ଥିତ ସମସ୍ତଙ୍କୁ ଚକିତ କରି ପକାଇଛନ୍ତି। 

Updated On

ଜଣେ ମହିଳା ସରପଞ୍ଚଙ୍କ ଭାଷଣର ଭିଡିଓ ‌ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେଉଛି। ସରପଞ୍ଚ ଜଣକ ଇଂରାଜିରେ ଭାଷଣ ଦେଇ ଉପସ୍ଥିତ ସମସ୍ତଙ୍କୁ ଚକିତ କରି ପକାଇଛନ୍ତି। 

ଅଦ୍ୟତନ ହୋଇଛି
sarpanch

ବର୍ମର:ଜଣେ ମହିଳା ସରପଞ୍ଚଙ୍କ ଭାଷଣର ଭିଡିଓ ‌ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେଉଛି। ସରପଞ୍ଚ ଜଣକ ଇଂରାଜିରେ ଭାଷଣ ଦେଇ ଉପସ୍ଥିତ ସମସ୍ତଙ୍କୁ ଚକିତ କରି ପକାଇଛନ୍ତି। 

ମହିଳା ଭାଷଣ ଦେଉଥିବା ସଭାରେ ବହୁଚର୍ଚ୍ଚିତ ଆଇଏଏସ୍‌ ଅଧିକାରୀ ଟିନା ଡାବି ମଧ୍ୟ ଉପସ୍ଥିତ ଥିଲେ। ରାଜସ୍ଥାନୀ ମହିଳା ଜଣକ ଯେତେବେଳେ ମଥାରେ ଓଢ଼ଣା ଟାଣି ମାଇକ୍‌ ଧରି ଭାଷଣ ଦେଉଥିଲେ ଟିନା ଡାବି ମଞ୍ଚରେ ବସି ମୁରୁକେଇ ମୁରୁକେଇ ହସୁଥିଲେ। 

 ରିପୋର୍ଟ ମୁତାବକ, ରାଜସ୍ଥାନର ବାର୍ମରର ଏକ କାର୍ଯ୍ୟକ୍ରମରେ ଗାଁ ସରପଞ୍ଚଙ୍କ ଭାଷଣ ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ନିକଟରେ ବର୍ମରର ଜିଲ୍ଲା କଲେକ୍ଟର ଭାବରେ ଟିନା ଡାବି ନିଯୁକ୍ତ ହୋଇଛନ୍ତି। 

ପାରମ୍ପାରିକ ରାଜସ୍ଥାନୀ ପୋଷାକ ପିନ୍ଧି ସରପଞ୍ଚ ସୋନୁ କନୱାର ଠିଆ ହୋଇ କଲେକ୍ଟରଙ୍କୁ ସ୍ୱାଗତ କରି ଇଂରାଜି ଭାଷଣ ଦେଉଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।

ଏହି କାର୍ଯ୍ୟକ୍ରମରେ କହୁଥିବାର ଶୁଣିବାକୁ ମିଳିିଛି ଯେ, "ମୁଁ ଏପରି ଏକ ଦିନର ଅଂଶ ହୋଇଥିବାରୁ ଆନନ୍ଦିତ ଅଟେ। ସର୍ବପ୍ରଥମେ ମୁଁ ଆମର କଲେକ୍ଟର ଟିନା ମାଡାମ୍‌ଙ୍କୁ ସ୍ୱାଗତ କରୁଛି। ଜଣେ ମହିଳା ହୋଇଥିବାରୁ ଟିନା ମାଡାମ୍‌ଙ୍କୁ ସ୍ୱାଗତ କରିବା ମୋ ପାଇଁ ଗୌରବର ବିଷୟ।"  ତା’ପରେ ସେ ଜଳ ସଂରକ୍ଷଣ ବିଷୟରେ କହିଥିଲେ। ତାଙ୍କ ଭାଷଣ ପରେ ଜନତାଙ୍କ କରତାଳିରେ ମଞ୍ଚ ଫାଟି ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe