ନୂଆଦିଲ୍ଲୀ: ବେଳେବେଳେ ଜୀବନରେ ଏପରି ମୁହୂର୍ତ୍ତ ଆସେ ଯେତେବେଳେ ଜଣେ ସାଧାରଣ ବ୍ୟକ୍ତିଙ୍କର ଏକ ଅସାଧାରଣ କାର୍ଯ୍ୟ ଏକ ବଡ଼ ଦୁଃଖଦ ଘଟଣାକୁ ଏଡାଇ ଦେଇପାରେ। ଏହି ପ୍ରକାରର ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଅନେକଙ୍କ ହୃଦୟକୁ ଜିଣିନେଇଛି। ଭିଡିଓରେ ଘନ କୁହୁଡ଼ି ମଧ୍ୟରେ ଏକ ରେଳ କ୍ରସିଂରେ ଟ୍ରାକ୍ ମଝିରେ ଅନେକ ଗାଈ ଏବଂ ମଇଁଷି ଠିଆ ହୋଇଥିବାର ଦେଖାଯାଉଛି। କୁହୁଡ଼ି ଏତେ ଘନ ଯେ, ଦୂରରୁ କିଛି ସ୍ପଷ୍ଟ ଭାବରେ ଦେଖାଯାଉନାହିଁ। କ୍ରସିଂ ବ୍ୟାରିୟର ମଧ୍ୟ ତଳକୁ ପଡ଼ିଛି, ଯାହା ସୂଚାଇ ଦେଉଛି, ଯେକୌଣସି ମୁହୂର୍ତ୍ତରେ ଏକ ଟ୍ରେନ୍ ଆସିପାରେ। ଦେଖଣାହାରୀମାନେ ଏହି ଦୃଶ୍ୟ ଦେଖୁଛନ୍ତି, କିନ୍ତୁ ସେମାନଙ୍କୁ ଘଉଡ଼ାଇବା ପାଇଁ କେହି ଆଗକୁ ପାଦ ବଢ଼ାଉ ନାହାନ୍ତି।
ଯୁବକ ବଞ୍ଚାଇଲେ ଗାଈଙ୍କ ଜୀବନ
ଏହି ସମୟରେ, ଜଣେ ଯୁବକ ଧାଇଁ ଆସି ପହଞ୍ଚୁଛନ୍ତି। ସେ ବିସ୍ମିତ ଜନତାକୁ କହୁଛନ୍ତି, ସମସ୍ତେ ଦେଖୁଛନ୍ତି, କିନ୍ତୁ କେହି ଗାଈମାନଙ୍କୁ ଟ୍ରାକରୁ ଘୁଞ୍ଚାଉ ନାହାନ୍ତି। ସମୟ ନଷ୍ଟ ନକରି, ସେ ଜୋ୍ର୍ରେ ଚିତ୍କାର କରୁଛନ୍ତି। ହାତ ହଲାଇ ଗୋଟିଏ ପରେ ଗୋଟିଏ କରି ସମସ୍ତ ଗାଈ ଓ ମଇଁଷିକୁ ଟ୍ରାକ୍ରୁ ନିରାପଦ ସ୍ଥାନକୁ ନେଇଯାଉଛନ୍ତି।ତାଙ୍କ ପ୍ରୟାସ ସଫଳ ହୋଇଛି। ଏକ ସମ୍ଭାବ୍ୟ ଦୁଃଖଦ ଘଟଣା ଟଳିଯାଇଛି। ଭିଡିଓର ଶେଷରେ, ଯୁବକ ଜଣକ ଆଶ୍ୱସ୍ତି ହୋଇ ଜୟ ଗୋ ମାତା ବୋଲି ଚିତ୍କାର କରୁଛନ୍ତି। ଯାହା ଅନେକ ଦେଖଣାହାରୀଙ୍କୁ ଭାବପ୍ରବଣ କରିଦେଉଛି।
THE MAN SAVED THE COWS AND BULLS FROM BEING HIT BY THE TRAIN. pic.twitter.com/YVXw0be6Hy
— Ghar Ke Kalesh (@gharkekalesh) February 2, 2026
ଯୁବକଙ୍କ ସାହସିକତାକୁ ପ୍ରଶଂସା
ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହା ଖେଉଁଠାରେ ଘଟିଛି ସେ ନେଇ କୌଣସି ସୂଚନା ମିଳିପାରି ନାହିଁ। ଲୋକମାନେ ଯୁବକଙ୍କ ସାହସିକତାକୁ ପ୍ରଶଂସା କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ପ୍ରକୃତ ହିରୋ ସେ ଯିଏ ଠିକ୍ ସମୟରେ ଠିକ୍ ପଦକ୍ଷେପ ନିଅନ୍ତି। ଅନେକ ଏହାକୁ ମାନବିକତା ଓ ସାହସର ଉଦାହରଣ ଭାବରେ ପ୍ରଶଂସା କରିଛନ୍ତି। କେତେକ ପ୍ରାଣୀଙ୍କ ସୁରକ୍ଷା ପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରିଛନ୍ତି।
ଆହୁରି ପଢନ୍ତୁ - Dharmendra Pradhan: ଶ୍ରମିକଙ୍କ ପରିଶ୍ରମ ଓ ଦକ୍ଷତା ବଦଳରେ ଭାରତର ଅର୍ଥନୀତି ମଜଭୁତ ହୋଇଛି: ଧର୍ମେନ୍ଦ୍ର ପ୍ରଧାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/02/07/untitled-2026-02-07-16-14-38.png)