୩୦୦ ଦିନିକିଆ କ୍ଲବ୍‌ରେ ବିରାଟ

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ୍ ‘ଏ’ ଶେଷ ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ମ୍ୟାଚ୍‌ରେ ବିରାଟ କୋହଲି ତାଙ୍କର ୩୦୦ତମ ଏକଦିବସୀୟ ମ୍ୟାଚ୍ ଖେଳିଛନ୍ତି...

Virat in the 300-ODI club

Virat in the 300-ODI club

ଦୁବାଇ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ୍ ‘ଏ’ ଶେଷ ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି।  ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ  ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଟିମ୍ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଛି।

ମ୍ୟାଚ୍‌ରେ ବିରାଟ କୋହଲି ତାଙ୍କର ୩୦୦ତମ  ଏକଦିବସୀୟ ମ୍ୟାଚ୍ ଖେଳିଛନ୍ତି। ଏହା ସହିତ ସେ ୩୦୦ ଦିନିକିଆ କ୍ଲବ୍‌ରେ ଯୋଗଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଟସ୍ ଜିତିଲା ନ୍ୟୁଜିଲାଣ୍ଡ: ପ୍ରଥମେ ବୋଲିଂ

ତାଙ୍କ ପୂର୍ବରୁ କେବଳ ସଚିନ ତେନ୍ଦୁଲକର, ଏମଏସ ଧୋନି, ମହମ୍ମଦ ଆଝାରୁଦ୍ଦିନ, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ଏବଂ ଯୁବରାଜ ସିଂହ ଏହି ସଫଳତା ହାସଲ କରିପାରିଥିଲେ। ଏପର୍ଯ୍ୟନ୍ତ, ବିରାଟ ତାଙ୍କ ଏକଦିବସୀୟ କ୍ୟାରିୟରରେ ୨୯୯ଟି ମ୍ୟାଚ୍ ଖେଳିଛନ୍ତି ଏବଂ ୫୮.୨୦ର ପ୍ରଭାବଶାଳୀ ହାରରେ ୧୪,୦୮୫ ରନ୍ କରିଛନ୍ତି। 

ଅଧିକ ପଢ଼ନ୍ତୁ: ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ: କାନ୍ଥ ଭାଙ୍ଗି ଘରେ ପୁରାଇଲେ କାର୍

ଏହି ରେକର୍ଡ ସହିତ, କୋହଲି ଭାରତୀୟ କ୍ରିକେଟରେ ୧୦୦ ଟେଷ୍ଟ, ୧୦୦ ଟି-୨୦ ଏବଂ ୩୦୦ ଦିନିକିଆ ଖେଳିଥିବା କିଛି ବଛା ବଛା ଖେଳାଳିଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ବିରାଟ କୋହଲି ଏକଦିବସୀୟ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ଐତିହାସିକ ଇନିଂସ ଖେଳିଛନ୍ତି ଏବଂ ଭାରତକୁ ଏକ ବଡ଼ ବିଜୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe