ବାପା ହେଲେ ବିରାଟ, ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ ଅନୁଷ୍କ‌ା ଶର୍ମା

Advertisment
ବାପା ହେଲେ ବିରାଟ, ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ ଅନୁଷ୍କ‌ା ଶର୍ମା

ମୁମ୍ବାଇ: ବାପା ହେଲେ ବିରାଟ। ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ ଅନୁଷ୍କ‌ା ଶର୍ମା। କରୋନା କାଳରେ ନିଜର ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। କିଛି ଦିନ ତଳେ ଅନୁଷ୍କା ବିରାଟଙ୍କ ସହ ଫଟୋ ଟୁଇଟ କରି ଗର୍ଭବତୀ ଥିବା କଥା କହିଥିଲେ। ଆଜି ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଅନୁଷ୍କା ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଆଜି ସକାଳେ ପ୍ରସବ ପାଇଁ ଅନୁଷ୍କାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ଏବେ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଟୁଇଟ କରି ଜଣାଇଛନ୍ତି ବିରାଟ। ଏହି ଖବର ଉଭୟଙ୍କ ପ୍ରଶଂସକଙ୍କ ମନରେ ଖୁସିର ଲହରୀ ଖେଳାଇ ଦେଇଛି।

publive-image Business Standard

ଏହି ଖୁସି ଖବର ସମସ୍ତଙ୍କ ସହ ସେୟାର କରି ବିରାଟ ଟୁଇଟ କରି ଲେଖିଛନ୍ତି ଯେ, ଆଜି ଅପରାହ୍ନରେ ଆମେ ଏକ ଶିଶୁକନ୍ୟାର ମାତା-ପିତା ହୋଇଛୁ । ଏହି ଖବର ଆପଣଙ୍କ ସହ ସେୟାର କରି ମୁଁ ବହୁତ ଖୁସି। ଆପଣମାନଙ୍କ ଭଲପାଇବା ଏବଂ ପ୍ରାର୍ଥନା ପାଇଁ ଆମ ତରଫରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଅନୁଷ୍କା ଏବଂ ଝିଅ ଦୁହେଁ ସୁସ୍ଥ ଅଛନ୍ତି। ଆମେ ଆଶା କରୁଛୁ ଆପଣ ଏହି ସମୟରେ ଆମର ଗୋପନୀୟତାକୁ ସମ୍ମାନ କରିବେ।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୦୨୦ରେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଘୋଷଣା କରିଥିଲେ ଯେ ଜାନୁଆରି ୨୦୨୧ରେ ସେମାନେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବେ ବୋଲି ଆଶା ରଖିଛନ୍ତି। ଦୁହେଁ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ଅନୁଷ୍କା କଳା  ଡ୍ରେସ ପିନ୍ଧିଥିବାର ଦେଖିବାକୁ ମିଳିଥିଲା ଏବଂ ବିରାଟ ତାଙ୍କ ପଛରେ ଠିଆ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe