ଦିନିକିଆ ବିଶ୍ବକପ-୨୦୨୭ ଖେଳିବେନି ରୋହିତ୍-ବିରାଟ !

Advertisment
ghse

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ, ରୋହିତ ଶର୍ମା ଏବଂ ବିରାଟ କୋହଲି ୨୦୨୭ରେ ହେବାକୁ ଥିବା ଦିନିିକିଆ ବିଶ୍ୱକପରେ ଖେଳିପାରିବେ ନାହିଁ। ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଏହା କହିଛନ୍ତି। ଗାଭାସ୍କର କହିଛନ୍ତି ଯେ, ଟି-୨୦ ଆନ୍ତର୍ଜାତୀୟ ଏବଂ ଏବେ ଟେଷ୍ଟ କ୍ରିକେଟରୁ ଅବସର ପରେ, ଦୁହିଁଙ୍କର ଦିନିକିଆ ବିଶ୍ୱକପରେ ଖେଳିବାର ସମ୍ଭାବନା ବହୁତ କମ ହୋଇଯାଇଛି।

ଏକ ସାକ୍ଷାତକାରରେ ଏନେଇ ପ୍ରଶ୍ନ କରାଯିବାରୁ ସେ କହିଥିଲେ ଯେ, "ମୋତେ ଲାଗୁନାହିଁ ଦୁହେଁ ୨୦୨୭ରେ ହେବାକୁ ଥିବା ଦିନିିକିଆ ବିଶ୍ୱକପରେ ଖେଳିବେ। ସେପର୍ଯ୍ୟନ୍ତ ଦୁହେଁ ଖେଳୁଥିବେ ବୋଲି ମୋତେ ଲାଗୁନାହିଁ। କିନ୍ତୁ କିଏ ଜାଣିଲା, ଦୁହେଁ ଭଲ ଫର୍ମକୁ ଆସି ଶତକ ପରେ ଶତକ ମାରିଲେ ଭଗବାନ ବି ତାଙ୍କୁ ଖେଳିବାକୁ ରୋକିପାରିବେ ନାହିଁ।"

ତେବେ ସୋମବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି।ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, "ଟେଷ୍ଟ କ୍ରିକେଟରେ ପ୍ରଥମ ଥର ପାଇଁ 'ବ୍ୟାଗି ବ୍ଲୁ' ଜର୍ସି ପିନ୍ଧିବାର ୧୪ ବର୍ଷ ବିତିଗଲାଣି। ସତ କହିବାକୁ ଗଲେ, ଏହି ଫର୍ମାଟ୍ ମୋତେ କେତେ ଦୂର ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଟେଷ୍ଟ କ୍ରିକେଟ ମୋର ଅନେକ ପରୀକ୍ଷା କରିଥିଲା, ମୋତେ ତିଆରି କରିଥିଲା ​​ଏବଂ ମୋତେ ଏପରି ଶିକ୍ଷା ଦେଇଥିଲା ଯାହାକୁ ମୁଁ ଜୀବନସାରା ମୋ ସହିତ ରଖି ଆଗକୁ ବଢ଼ିବି। ଧଳା ପୋଷାକ ପିନ୍ଧି ଖେଳିବାର ଅନୁଭବ ଅତ୍ୟନ୍ତ ବ୍ୟକ୍ତିଗତ। କଠିନ ପରିଶ୍ରମ, ଲମ୍ବା ଦିନ, ଛୋଟ ମୁହୂର୍ତ୍ତ ଯାହା କେହି ଦେଖନ୍ତି ନାହିଁ କିନ୍ତୁ ସବୁଦିନ ପାଇଁ ଆପଣଙ୍କ ସହିତ ରହିଥାଏ। ଏହି ଫର୍ମାଟରୁ ଦୂରେଇ ଯିବା ମୋ ପାଇଁ ସହଜ ନୁହେଁ। କିନ୍ତୁ ଏବେ ପାଇଁ ଏହା କରିବା ହିଁ ଠିକ୍। ମୁଁ ଏହାକୁ ମୋର ସର୍ବସ୍ୱ ଦେଇଛି ଏବଂ ଏହା ମୋତେ ଆଶାଠାରୁ ଅଧିକ ଦେଇଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe