ବିରାଟ-ରୋହିତଙ୍କୁ ଘରୋଇ କ୍ରିକେଟ ଖେଳିବା ଆବଶ୍ୟକ: ବିସିସିଆଇ କଣ୍ଟ୍ରା‌କ୍ଟ ନେଇ ପୂର୍ବତନ କ୍ରିକେଟରଙ୍କ ମନ୍ତବ୍ୟ

Advertisment
ବିରାଟ-ରୋହିତଙ୍କୁ ଘରୋଇ କ୍ରିକେଟ ଖେଳିବା ଆବଶ୍ୟକ: ବିସିସିଆଇ କଣ୍ଟ୍ରା‌କ୍ଟ ନେଇ ପୂର୍ବତନ କ୍ରିକେଟରଙ୍କ ମନ୍ତବ୍ୟ

କୋଲକାତା: ବିସିସିଆଇର କଣ୍ଟ୍ରା‌କ୍ଟ ତାଲିକା ଜାରି ହେବା ପରେ କେତେକ ପ୍ରସଙ୍ଗ ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ତାଲିକାରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଇଶାନ କିଶନ ଏବଂ ଶ୍ରେୟସ ଆୟରଙ୍କୁ ସାମିଲ ନ କରିବା ନେଇ ଭିନ୍ନ ଭିନ୍ନ ମନ୍ତବ୍ୟ ଆସିବାରେ ଲାଗିଛି। ଦେଶର ବହୁ ବଡ଼ବଡ଼ ଖେଳାଳି ବିସିସିଆଇର କଣ୍ଟ୍ରା‌କ୍ଟ ସମ୍ପର୍କରେ ନିଜନିଜ ମନ୍ତବ୍ୟ ଦେବାରେ ଲାଗିଛନ୍ତି।

ଏହାକୁ ନେଇ ;ସୋସିଆଲ ମିଡ଼ିଆରେ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି। କେ‌‌ତେକ ଏହାକୁ ପରଫେକ୍ଟ ବୋଲି କହୁଛନ୍ତି। ଅପରପକ୍ଷରେ କିଛି ଲୋକ ଏଥିରେ ସୁଧାର ଅଣାଯିବାକୁ କହିଛନ୍ତି।
ଏହାକୁ ନେଇ ଭାରତର ପୂର୍ବତନ କ୍ରିକେଟର କୀର୍ତ୍ତି ଅଜାଦ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯଦି ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି ତେବେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ମଧ୍ୟ ଘରୋଇ କ୍ରିକେଟ ଖେଳିବା ଆବଶ୍ୟକ। ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଜରୁରୀ।

ସେ କହିଛନ୍ତି ଆମ ସମୟରେ ଯଦି କୌଣସି ଖେଳାଳି ଟିମ ଇଣ୍ଡିଆରେ ସ୍ଥାନ ପାଉ ନ ଥିଲେ ତେବେ ସେ ନିଜ ରାଜ୍ୟ ପାଇଁ ଘରୋଇ କ୍ରି‌କେଟ ଖେଳୁଥିଲେ ଏବଂ ଲଗାତାର ଅଭ୍ୟାସ କରୁଥିଲେ। ସେ ସମୟରେ ବିଶନ ସିଂ ବେଦୀ, ମଦନ ଲାଲ, ମହିନ୍ଦର ଅମରନାଥ, ଚେତନ ଚୌହ୍ବାନ, ସୁନୀଲ ଗାଭାସ୍କର, ସନ୍ଦୀପ ପାଟିଲ ପ୍ରମୁଖ ଘରୋଇ କ୍ରିକେଟ ଖେଳୁଥିଲେ। ମାତ୍ର ସମ୍ପ୍ରତି ଏଭଳି ଦେଖିବାକୁ ମିଳୁନାହିଁ।

ବିସିସିଆଇର ନିଷ୍ପତ୍ତି ଭଲ ରହିଛି। ଏଭଳି ବିଚାର ଧାରା ଖେଳାଳିଙ୍କ ମଧ୍ୟରେ ରହିବା ଆବଶ୍ୟକ। ଇଂଲଣ୍ଡ ଖେଳାଳି ଯେତେବେଳେ ଦେଶର ଟିମ ପାଇଁ ଖେଳୁ ନାହାନ୍ତି ସେମାନେ ସେତେବେଳେ କାଉଣ୍ଟି କ୍ରିକେଟ ଖେଳୁଛନ୍ତି। ଇଂଲଣ୍ଡରେ ୨୦ରୁ ଅଧିକ କାଉଣ୍ଟି କିକ୍ରେଟ ରହିଛି। ଖେଳାଳି କାଉଣ୍ଟିରେ ଟି-୨୦ ସହିତ ୩ ଦିବସୀୟ ଏବଂ ୪ ଦିବସୀୟ କ୍ରିକେଟ ମଧ୍ୟ ଖେଳିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe