ମଣିପୁରରେ ପୁଣି ବୀରେନ ସିଂ ସରକାର ସମ୍ଭାବନା  !

ମଣିପୁର ରାଜନୀତିରେ ପୁଣି ଥରେ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ବିଜେପି ବିଧାୟକମାନଙ୍କ ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ଏନ. ବୀରେନ ସିଂଙ୍କ ଅନୁଗତ ବିଧାୟକ ରାଧେଶ୍ୟାମ ଏହି ବୈଠକ ପରେ ଘୋଷଣା କରିଛନ୍ତି ଯେ ତାଙ୍କ ପାଖରେ ୪୪ ଜଣ ବିଧାୟକଙ୍କ ସମର୍ଥନ ଅଛି ।

manipur

ଇମ୍ପାଲ : ମଣିପୁର ରାଜନୀତିରେ ପୁଣି ଥରେ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ବିଜେପି ବିଧାୟକମାନଙ୍କ ଏକ ୧୦ ଜଣିଆ ପ୍ରତିନିଧି ଦଳ ଆଜି ମଣିପୁରର ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ଏନ. ବୀରେନ ସିଂଙ୍କ ଅନୁଗତ ବିଧାୟକ ରାଧେଶ୍ୟାମ ଏହି ବୈଠକ ପରେ ଘୋଷଣା କରିଛନ୍ତି ଯେ ତାଙ୍କ ପାଖରେ ୪୪ ଜଣ ବିଧାୟକଙ୍କ ସମର୍ଥନ ଅଛି, ଯେଉଁମାନେ ଏକ ଲୋକପ୍ରିୟ ଏବଂ ସ୍ଥିର ସରକାର ଗଠନ କରିବାକୁ ପ୍ରସ୍ତୁତ। ସୂତ୍ର ଅନୁସାରେ ପୁଣି ଥରେ ଏନ. ବୀରେନ ସିଂ ମଣିପୁରରେ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି।  କିଛି ମାସ ପୂର୍ବରୁ, ବିଧାୟକଙ୍କ ଆଭ୍ୟନ୍ତରୀଣ ବିରୋଧ ପରେ ରାଜ୍ୟରେ ବିଜେପି ସରକାରର ପତନ ଘଟିଥିଲା ଓ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା।

ସୂତ୍ର ଅନୁସାରେ ପୁଣି ଥରେ ଏନ. ବୀରେନ ସିଂ ମଣିପୁରରେ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି।  କିଛି ମାସ ପୂର୍ବରୁ, ବିଧାୟକଙ୍କ ଆଭ୍ୟନ୍ତରୀଣ ବିରୋଧ ପରେ ରାଜ୍ୟରେ ବିଜେପି ସରକାରର ପତନ ଘଟିଥିଲା ଓ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା।

ବିଧାୟକ ରାଧେଶ୍ୟାମ ଗଣମାଧ୍ୟମକୁ କହିଛନ୍ତି, "ଆମର ୪୪ ଜଣ ବିଧାୟକଙ୍କ ସମର୍ଥନ ଅଛି, ଏବଂ ସମସ୍ତ ବିଜେପି ବିଧାୟକ ଏକଜୁଟ ଏବଂ ଲୋକଙ୍କ ଇଚ୍ଛା ଅନୁଯାୟୀ ସରକାର ଗଠନ କରିବାକୁ ପ୍ରତିବଦ୍ଧ। ଆମେ ରାଜ୍ୟପାଳଙ୍କୁ ଆମର ସଂଖ୍ୟା ଗରିଷ୍ଠତାକୁ ସ୍ୱୀକାର କରିବାକୁ ଏବଂ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରୁଛୁ।" ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ବିଧାୟକମାନଙ୍କ ସମର୍ଥନର ଏକ ଆନୁଷ୍ଠାନିକ ପତ୍ର ପ୍ରଦାନ କରିଥିଲେ, ଯେଉଁଥିରେ ସେମାନେ ସେମାନଙ୍କର ସ୍ଥିତି ସ୍ପଷ୍ଟ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe