‘ଚୀନ ପ୍ରାରମ୍ଭରୁ ‘ହୁ’କୁ ତଥ୍ୟ ପ୍ରଦାନ କରି ଦେଇଥିଲେ କରୋନା ଭାଇରସ୍‌ ଏତେ ପରିମାଣରେ ବ୍ୟାପି ନଥାନ୍ତା’

‘ଚୀନ ପ୍ରାରମ୍ଭରୁ ‘ହୁ’କୁ ତଥ୍ୟ ପ୍ରଦାନ କରି ଦେଇଥିଲେ କରୋନା ଭାଇରସ୍‌ ଏତେ ପରିମାଣରେ ବ୍ୟାପି ନଥାନ୍ତା’

hindustantimes

ୱାସିଂଟନ‌: ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ବକୁ କବଳିତ କରି ସାରିଥିବା ବେଳେ ଏହାକୁ ନେଇ ଏକ ଚାଞ୍ଚଲ୍ୟକାରୀ ବୟାନ ଦେଇଛନ୍ତି ହଙ୍ଗ୍‌କଙ୍ଗରୁ ଆମେରିକା ପଳାଇଥିବା ଜଣେ ଭାଇରୋଲୋଜିଷ୍ଟ। ଏହି ମହିଳା ଭାଇରୋଲୋଜିଷ୍ଟଙ୍କ ଦାବି ହେଉଛି ଏହି ଭାଇରସ୍‌ ଅନେକ ପୂର୍ବରୁ ଚୀନରେ ବାହାରି ସାରିଥିଲେ ବି ଚୀନ ଏହାକୁ ଲୁଚାଇ ରଖିଥିଲା।

ଶୁକ୍ରବାର ଫକ୍ସ ନିଉଜ୍‌କୁ ଏକ ସାକ୍ଷାତ୍‌କାର ଦେଇ ଭାଇରୋଲୋଜିଷ୍ଟ ଲି ମେଙ୍ଗ୍‌ ୟାନ ଏପରି କହିଥିବା ଜାଣିବାକୁ ମିଳିଛି। ସେ ହଙ୍ଗ୍‌କଙ୍ଗ୍‌ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥରେ ଭାଇରୋଲୋଜି ଏବଂ ଇମ୍ୟୁନୋଲୋଜିରେ ଅଧ୍ୟୟନ କରିଛନ୍ତି।

ସେ ସାକ୍ଷାତ୍‌କାରରେ ଆହୁରି ବି କହିଛନ୍ତି ଯେ ଚୀନ ପ୍ରାରମ୍ଭରୁ ଏହି ଭାଇରସ୍‌ ସଂପର୍କରେ ବିଶ୍ବକୁ ଜଣାଇବା ସହ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)କୁ ଏ ନେଇ ତଥ୍ୟ ପ୍ରଦାନ କରିଥିଲେ ଏହାକୁ କିଛି ମାତ୍ରାରେ ଆୟତ୍ତ କରାଯାଇ ପାରିଥାନ୍ତା। ଭାଇରସ୍‌ ଏତେ ପରିମାଣରେ ବ୍ୟାପି ନଥାନ୍ତା। ଚୀନ ଭାଇରସ୍‌କୁ ଲୁଚାଇ ନଥିଲେ ମୃତ୍ୟୁ ସଂଖ୍ୟା ଆଜି ଏତେ ସଂଖ୍ୟକ ‌ହୋଇନଥାନ୍ତା।

publive-image
MedicalExpo e-Magazine

ଉଲ୍ଲେଖଯୋଗ୍ୟ, ପୂରା ବିଶ୍ବରେ ଏବେ ସୁଦ୍ଧା ୧୨.୫ ମିଲିୟନ୍‌ ଲୋକ କରୋନା ଆକ୍ରାନ୍ତ ହୋଇ ସାରିଲେଣି। ସେଥିମଧ୍ୟରୁ ୬.୮୯ ମିଲିୟନ ଲୋକ ସୁସ୍ଥ ହୋଇ ସାରିଲେଣି। ୫୬୦ ହଜାର ଲୋକଙ୍କର କରୋନା ଜନିତ ମୃତ୍ୟୁ ହୋଇ ସାରିଲାଣି। କେବଳ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨୧ ହଜାର। ସେଥିମଧ୍ୟରୁ ୫୧୫ ହଜାର ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୨,୧୨୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଓଡ଼ିଶାରେ ୧୩ ହଜାରରୁ ଊର୍ଧ୍ବ ଜଣ କରୋନା ଆକ୍ରାନ୍ତ ହୋଇ ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe