ଭୟ ବଢ଼ାଇଲା ‘କରୋନା’ ମୃତ୍ୟୁସଂଖ୍ୟା ୪୧ ଛୁଇଁଲା, ଚୀନ୍‌ରେ ୧୭ ସହର ଅଚଳ

Advertisment

ହଂକଂରେ ଭାଇରସ୍‌ ଏମର୍ଜେନ୍ସି

ହଂକଂରେ ଭାଇରସ୍‌ ଏମର୍ଜେନ୍ସି

ଭୟ ବଢ଼ାଇଲା ‘କରୋନା’ ମୃତ୍ୟୁସଂଖ୍ୟା ୪୧ ଛୁଇଁଲା, ଚୀନ୍‌ରେ ୧୭ ସହର ଅଚଳ

The Wall Street Journal

ଉହାନ୍‌: ଭୟଙ୍କର କରୋନା ଭାଇରସ୍‌ ବିଶ୍ବବ୍ୟାପୀ ଲୋକଙ୍କ ମଧ୍ୟରେ ଭୟ ବଢ଼ାଇ ଦେଇଛି। ଭାଇରସ୍‌ ଯୋଗୁଁ ଚୀନ୍‌ରେ ମୃତ୍ୟୁସଂଖ୍ୟା ୪୧ରେ ପହଞ୍ଚିଥିବା ବେଳେ ଉହାନ୍‌ରେ ୨୦୦୦କୁ ଅଧିକ ଭାଇରସ୍‌ ଆକ୍ରାନ୍ତ ଅଛନ୍ତି। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ପରିସ୍ଥିତି ଉଦ୍‌ବେଗଜନକ ବୋଲି ଆଜି ଘୋଷଣା କରିଛନ୍ତି। ଚୀନ୍‌ରେ ଏବେ ୧୭ ସହରକୁ ଅଚଳ କରିଦିଆଯାଇଛି। ହୁୱେଇ ପ୍ରଦେଶରେ ୫୬ ନିୟୁତ ଲୋକଙ୍କୁ ପଦାକୁ ବାହାରିବାପାଇଁ ମନା କରାଯାଇଛି। ସମସ୍ତ ବ୍ୟବସାୟିକ କେନ୍ଦ୍ର ଏବଂ ପରିବହନ ବ୍ୟବସ୍ଥା ରହିଛି। ଆଜି ଚୀନ୍‌ରେ ଲୁନାର ନ୍ୟୁ ଇୟର ଥିଲେ ମଧ୍ୟ ଏହା ପାଳନ ହୋଇପାରିନାହିଁ। ପ୍ୟାଲେସ୍‌ ମ୍ୟୁଜିୟମ,ଗ୍ରେଟ୍‌ ୱାଲ୍‌, ସାଂଘାଇ ଡିସ୍‌ନିଲାଣ୍ଡ୍‌ ସବୁକିଛି ବନ୍ଦ ଅଛି। ଉହାନ୍‌ରେ ଲୋକଙ୍କୁ ଘରୁ ଆଦୌ ନ ବାହାରିବାକୁ ପରାମର୍ଶ ‌ଦିଆଯାଇଛି। ୧୧ ନିୟୁତ ଲୋକଙ୍କ ମଧ୍ୟରୁ ୧୩୦୦ ଜଣ ଭାଇରସ୍‌ ଆକ୍ରାନ୍ତ। ସହରରେ କୌଣସି ଗାଡ଼ି ମୋଟର ମଧ୍ୟ ଚଳପ୍ରଚଳ ହେଉନାହିଁ। ରୋଗୀ ସଂଖ୍ୟା ବଢ଼ୁଥିବାରୁ ଏବେ ହସ୍ପିଟାଲ୍‌ମାନଙ୍କରେ ଶଯ୍ୟା ଅଭାବ ଦେଖା‌ଦେଲାଣି। ଚୀନ୍‌ ସପ୍ତାହକ ମଧ୍ୟରେ ଏକ ୧୦୦୦ ବେଡ୍‌ ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପୁଣି ଆଉ ଏକ ହସ୍ପିଟାଲ୍‌ ନିର୍ମାଣ କରିବ ବୋଲି ଜଣାପଡ଼ିଛି। ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତର ଅଭାବ ଦେଖାଦେବାରୁ ଉହାନ୍‌ରେ ଏବେ ହସ୍ପିଟାଲଗୁଡ଼ିକରେ ପ୍ରାୟ ୪୫୦ ଜଣ ପିଏଲ୍‌ଏ (ପିପୁଲ୍ସ ଲିବରେସନ୍ ଆର୍ମି)ର ୪୫୦ ଡାକ୍ତର ନିୟୋଜିତ ହୋଇଛନ୍ତି।
ମିଳିଥିବା ସୂଚନାନୁଯାୟୀ ଚୀନ୍‌ରେ ଏବେ ଭାଇରସ୍‌ ଆକ୍ରାନ୍ତଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଉହାନ୍‌ର ରେଡ୍‌କ୍ରସ୍‌ ହସ୍ପିଟାଲ୍‌ରେ ରୋଗୀମାନେ ଅପେକ୍ଷା କରି ହତାଶ ହୋଇପଡ଼ୁଛନ୍ତି। ଜଣେ ରୋଗୀଙ୍କୁ ପରୀକ୍ଷା ପାଇଁ ପ୍ରାୟ ୫ ଘଣ୍ଟା‌ ଅପେକ୍ଷା‌ କରିବାକୁ ପଡ଼ୁଛି। କେବଳ ଅତି ଗୁରୁତର ରୋଗୀମାନଙ୍କୁ ହସ୍ପିଟାଲ୍‌ରେ ରଖି ଚିକିତ୍ସା କରାଯାଉଛି। ଯେଉଁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ସେମାନଙ୍କୁ ଘରେ ଚିକିତ୍ସାରେ ରହିବାପାଇଁ ପରାମର୍ଶ ଦିଆଯାଉଛି।

ହଂକଂରେ ଆଜି ଭାଇରସ୍‌ ଏମର୍ଜେନ୍ସି ଜାରି ହୋଇଛି। ହଂକଂ ନେତା କ୍ୟାରି ଲ୍ୟାମ୍‌ ସହରରେ ଭାଇରସ୍‌ ଏମର୍ଜେନ୍ସି ଘୋଷଣା କରି ଆସନ୍ତା ଫେବ୍ରୁଆରି ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି କହିଛନ୍ତି। ହଂକଂରେ ୫ ଜଣ କରୋନା ଭାଇରସ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ ପରେ ଏମର୍ଜେନ୍ସି ଜାରି ହୋଇଛି। ହଂକଂରୁ ଚୀନ୍‌କୁ ବିମାନ ଏବଂ ଟ୍ରେନ୍‌ ଚଳାଚଳ ବନ୍ଦ ହେବ ବୋଲି ଜଣାପଡ଼ିଛି। ଭାଇରସ୍‌ ଯୋଗୁଁ ଆସନ୍ତା ଫେବ୍ରୁଆରି ୯ ତାରିଖରେ ହେବାକୁ ଥିବା ହଂକଂ ମାରାଥନ୍‌ ବାତିଲ କରାଯିବ। ମିଳିଥିବା ସୂଚନାନୁଯାୟୀ ଚୀନ୍‌ର ୩୦ ପ୍ରଦେଶକୁ ଏହି ଭାଇରସ୍‌ ବ୍ୟାପିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe