କରୋନାଭାଇରସ୍ ପ୍ରତି ବର୍ଷ ଆସିପାରେ: ଚୀନ୍ ବିଶେଷଜ୍ଞ

କରୋନାଭାଇରସ୍ ପ୍ରତି ବର୍ଷ ଆସିପାରେ: ଚୀନ୍ ବିଶେଷଜ୍ଞ

Image Source: Yahoo News

ନୂଆଦିଲ୍ଲୀ: ଅଭିନବ କରୋନାଭାଇରସ୍‌କୁ ନିର୍ମୂଳ କରି ହେବ ନାହିଁ ବୋଲି ଚୀନ୍‌ର ବୈଜ୍ଞାନିକମାନେ କହୁଛନ୍ତି। ଏହା ଋତୁକାଳୀନ ସଂକ୍ରମଣ ‘ଫ୍ଲୁ’ ପରି ପ୍ରତି ବର୍ଷ ଆସିପାରେ ବୋଲି ବିଶ୍ବର ଅନ୍ୟ ଦେଶର ବିଶିଷ୍ଟ ବୈଜ୍ଞାନିକମାନେ ମଧ୍ୟ ଅନୁମାନ କରୁଛନ୍ତି।

୧୭ ବର୍ଷ ତଳେ ଆସିଥିବା ସାର୍ସ ଭୂତାଣୁ ପରି ଉଭେଇ ଯିବନାହିଁ। କାରଣ ଅନେକଙ୍କ ଦେହରେ କରୋନାଭାଇରସ୍ ଜର ଭଳି ସାଧାରଣ ଲକ୍ଷଣ ପ୍ରକାଶ ନ କରାଇ ବି ରହିପାରୁଛି। ଏହି ଶ୍ରେଣୀୟ ସଂକ୍ରମଣକୁ ଲକ୍ଷଣରହିତ ସଂକ୍ରମଣ କୁହାଯାଉଛି। ଧରା ନ ପଡ଼ି ମଧ୍ୟ ଏହି ଲୋକମାନେ ଭୂତାଣୁ ସଂକ୍ରମଣକରାଇ ଦେଉଛନ୍ତି। ତେଣୁ କରୋନାଭାଇରସ୍‌ର ମୂଳୋତ୍ପାଟନ କରିବା ଏତେ ସହଜ ବ୍ୟାପାର ନୁହେଁ।

publive-image Image Source: Healthline

ଚୀନ୍‌ ଶୀର୍ଷସ୍ତରୀୟ ଡାକ୍ତରୀ ଗବେଷଣା କେନ୍ଦ୍ର ‘ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପାଥୋଜେନ୍ ବାୟୋଲୋଜିର ନିର୍ଦେଶକ ଜିନ୍ କ୍ବି କହିଛନ୍ତି ଯେ ଏହି ମହାମାରୀ ଦୀର୍ଘ ଦିନ ଯାଏଁ ମାନବ ସହ ସହାବସ୍ଥାନ କରିବା ପରି ଜଣାପଡୁଛି। ମାନବ ଶରୀରରେ ବଞ୍ଚି ରହି ପାରୁଥିବାରୁ ଏହା ଋତୁକାଳୀନ ହୋଇପାରେ ବୋଲି ଚୀନ୍‌ର ଭାଇରାଲ୍ ଆଣ୍ଡ୍ ମେଡିକାଲ୍ ରିସର୍ଚର୍‌ମାନେ ବେଜିଙ୍ଗ୍ ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି।

ସଂକ୍ରମିତମାନଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯିବା ପରେ ଭୂତାଣୁ ସଂକ୍ରମଣ ବନ୍ଦ ହୋଇଯାଉଛି ସତ କିନ୍ତୁ, ଲକ୍ଷଣ ନ ଥିବା ସଂକ୍ରମିତଙ୍କ ଠାରୁ ତାହା ପୁଣି ବ୍ୟାପୀ ଯାଉଛି। ଚୀନ୍‌ରେ ସଂକ୍ରମଣ ଦମନ ହୋଇସାରିଥିଲେ ସୁଦ୍ଧା ପୁଣି ନୂତନ ସଂକ୍ରମଣ ଦେଖାଯାଉଛି।

ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ୍ ଇନ୍‌ଫେକ୍ସିଅସ୍ ଡିଜିଜ୍‌’ର ନିର୍ଦେଶକ ଆନ୍ଥୋନି ଫକ୍ସିଙ୍କ ସମେତ କେତେକ ବୈଜ୍ଞାନିକମାନେ ମଧ୍ୟ କହିଛନ୍ତି ଯେ ଏହି ନୂତନ କରୋନାଭାଇରସ୍ ଶୀତଋତୁରେ ସାମୟିକ ସଂକ୍ରମଣ ବଢ଼ାଇବାର କାରଣ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe