ଭିସା ଜାଲିଆତିରେ ୩ ଚୀନ୍‌ ନାଗରିକ ଗିରଫ

Advertisment
ଚୋରା କଳା ମୁଗୁନି ପଥର ବୋଝେଇ ୪ ଟ୍ରକ ଜବତ, ୫ ଗିରଫ

news18.com

ୱାସିଂଟନ: ଭିସା ଜାଲିଆତି ମାମଲାରେ ଆମେରିକା ପୁଲିସ ୩ ଜଣ ଚୀନ ନାଗରିକଙ୍କୁ ଗିରଫ କରିଛି। ଏହି ଜାଲିଆତିରେ ସାମିଲ ଥିବା ଅନ୍ୟ ଜଣେ ଚୀନ ନାଗରିକ ସାନ୍‌ଫ୍ରାନ୍‌ସିସ୍‌କୋସ୍ଥିତ ଚୀନ୍‌ କନ୍‌ସୁଲେଟ କାର୍ଯ୍ୟାଳୟରେ ଅଛନ୍ତି ବୋଲି ଆମେରିକା ପୁଲିସ ଅଭିଯୋଗ କରିଛି। ଏହି ୪ ଜଣ ଚୀନ୍‌ ନାଗରିକ ଭିସା ଜାଲିଆତି କରିଥିବା ନେଇ ଆମେରିକା ନ୍ୟାୟ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ଆମେରିକାର ବିଭିନ୍ନ ସ୍ଥାନରେ ଥିବା ଭିସାଧାରୀଙ୍କୁ ଏଫ୍‌ବିଆଇ ପଚରାଉଚରା ଜାରି ରଖିଛି। ଆମେରିକାର ନ୍ୟାୟ ବିଭାଗ ଭିସା ଜାଲିଆତି ସମ୍ପର୍କରେ ପ୍ରଘଟ କରିବା ପରେ ଚୀନ୍‌ ଓ ଆମେରିକା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଚୀନ୍‌ ସାଇବର ଅପରେସନ ଏବଂ ଏସ୍‌ପିଓନେଜ ବ୍ୟବହାର କରି ଆମେରିକାର ସରକାରୀ ତଥ୍ୟ, ଜ୍ଞାନକୌଶଳ, ସେନା ସମ୍ପର୍କିତ ତଥ୍ୟ ଚୋରି କରୁଛି ବୋଲି ଆମେରିକା ନ୍ୟାୟ ବିଭାଗ ଅଭିଯୋଗ ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe