ଲଞ୍ଚ୍‌ ଦୁର୍ଘଟଣାରେ ଦୁଇ ଝିଅଙ୍କୁ ହରାଇବାର ଦୁଇ ବର୍ଷ ପରେ ଠିକ୍‌ ସେହି ଦିନ ବିଶାଖାପାଟଣା ଦମ୍ପତିଙ୍କର ହେଲା ଯାଆଁଳା ଝିଅ

Advertisment
ଲଞ୍ଚ୍‌ ଦୁର୍ଘଟଣାରେ ଦୁଇ ଝିଅଙ୍କୁ ହରାଇବାର ଦୁଇ ବର୍ଷ ପରେ ଠିକ୍‌ ସେହି ଦିନ ବିଶାଖାପାଟଣା ଦମ୍ପତିଙ୍କର ହେଲା ଯାଆଁଳା ଝିଅ

ବିଶାଖାପାଟଣା: ୨୦୧୯ରେ ଗୋଦାବରୀ ନଦୀରେ ଲଞ୍ଚ୍‌ ଦୁର୍ଘଟଣାରେ ଦୁଇ ଝିଅଙ୍କୁ ହରାଇଥିବା ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ବିଶାଖାପାଟଣାର ଦମ୍ପତି ଆପ୍ପାଲା ରାଜୁ ଏବଂ ଭାଗ୍ୟଲକ୍ଷ୍ମୀଙ୍କର (୨୮ ବର୍ଷ) ଦୁଇ ବର୍ଷ ପରେ ଯାଆଁଳା ଝିଅ ଜନ୍ମ ହୋଇଛନ୍ତି।

୨୦୧୯ ସେପ୍ଟେମ୍ବର ୧୫ ତାରିଖରେ ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ କଚୁରୁରୁ ନିକଟରେ ଗୋଦାବରୀ ନଦୀରେ ଗୋଟାଏ ଡବଲ୍‌ ଡେକର୍‌ ଲଞ୍ଚ୍‌ ଜଳ ଭଉଁରିରେ ପଡ଼ି ବୁଡ଼ି ଯାଇଥିଲା। ଏଥିଯୋଗୁଁ ୫୦ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାରେ ଆପ୍ପାଲା ରାଜୁ ଏବଂ ଭାଗ୍ୟଲକ୍ଷ୍ମୀ ସେମାନଙ୍କର ୧ ବର୍ଷୀୟ ଓ ୩ ବର୍ଷୀୟ ଝିଅଙ୍କୁ ହରାଇଥିଲେ। ତେଲେଙ୍ଗାନାର ଭଦ୍ରାଦ୍ରି କୋତଗୁଡ଼େମ୍‌ ଜିଲ୍ଲାର ଗୋଦାବରୀ ନଦୀ କୂଳ ଭଦ୍ରାଚଳମ୍‌ରେ ଅବସ୍ଥିତ ପ୍ରାଚୀନ ଶ୍ରୀରାମ ମନ୍ଦିର ଦର୍ଶନ କରିବା ଲାଗି ଦୁଇ ଝିଅ ସେମାନଙ୍କ ଜେଜୀମାଙ୍କ ସହ ଲଞ୍ଚ୍‌ରେ ଯାଉଥିଲେ।

publive-image Image Courtesy of The Times of India

ସେମାନଙ୍କ ସହ ରାଜୁ ଏବଂ ଭାଗ୍ୟଲକ୍ଷ୍ମୀ ମଧ୍ୟ ଯାଇ ଥାଆନ୍ତେ। କିନ୍ତୁ, ୩୨ ବର୍ଷିୟ ରାଜୁଙ୍କ ଦେହ ଭଲ ନ ଲାଗିବାରୁ ସେମାନେ ନିଜେ ନ ଯାଇ ଦୁଇ ଝିଅଙ୍କୁ (୩ ବର୍ଷୀୟ ଗୀତା ବୈଷ୍ଣବୀ ଏବଂ ୧ବର୍ଷୀୟ ଧାତ୍ରୀ ଅନନ୍ୟା) ଅନ୍ୟ ୧୧ଜଣ ଆତ୍ମୀୟସ୍ବଜନଙ୍କ ସହ ପଠାଇଥିଲେ।

ଏବେ ଦୁଇ ବର୍ଷ ପରେ ଠିକ୍‌ ସେହି ସେପ୍ଟେମ୍ବର ୧୫ ତାରିଖ ଦିନ ଭାଗ୍ୟଲକ୍ଷ୍ମୀ ଯମଜ କନ୍ୟାଙ୍କର ମାଆ ‌ହୋଇଛନ୍ତି। ବିଶାଖାପାଟଣାର ଗୋଟାଏ କାଚ କାରଖାନାରେ କାମ କରୁଥିବା ରାଜୁ ଏବଂ ଭାଗ୍ୟଲକ୍ଷ୍ମୀ ଆନନ୍ଦରେ ଆତ୍ମହରା ହୋଇ ସେମାନଙ୍କ ଯମଜ ସନ୍ତତିଙ୍କୁ ଈଶ୍ବରଙ୍କ ଆଶୀର୍ବାଦ ବୋଲି କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe