ଢାକା : ଉତ୍ତର ବାଂଲାଦେଶରେ ୭୦ କିଲୋଗ୍ରାମ୍ ଓଜନର ଏକ ବିଷ୍ଣୁ ମୂର୍ତ୍ତି ରବିବାର ଜବତ କରାଯାଇଛି। ମୂଲ୍ୟବାନ ପ୍ରସ୍ତରରେ ନିର୍ମିତ ଏହି ମୂର୍ତ୍ତିର ଦାମ କୋଟି କୋଟି ଟଙ୍କା ହେବ। ସୂଚନା ମୁତାବକ, ରାଜଧାନୀ ଢାକାଠାରୁ ୨୦୩ କିମି ଦୂର ନାଟୋର ଜିଲ୍ଲା ଅନ୍ତର୍ଗତ ପଶ୍ଚିମ ହଘୁରିଆ ଗ୍ରାମରେ ଚଢ଼ାଉ କରାଯାଇ ଏକ ଘରୁ ଏହାକୁ ଜବତ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇବା ପରେ ନାଟୋର ଜିଲ୍ଲା ପ୍ରଶାସନ ଉକ୍ତ ଘର ଉପରେ ଅଚାନକ ଚଢ଼ାଉ କରିଥିଲା ବୋଲି ଏନ୍ଡିସି ଅନିନ୍ଦ୍ୟ କୁମାର ସୂଚନା ଦେଇଛନ୍ତି।
ବାଂଲାଦେଶରେ ବହୁକୋଟି ଟଙ୍କାର ବିଷ୍ଣୁ ମୂର୍ତ୍ତି ଜବତ
Advertisment
Follow Us