କିପରି ଅଛନ୍ତି ଭୟାବହ ବିମାନ ଦୁର୍ଘଟଣାରୁ ବଞ୍ଚି ଯାଇଥିବା ଏକମାତ୍ର ଜୀବିତ ଯାତ୍ରୀ ରମେଶ

New Project (4)

ନୂଆଦିଲ୍ଲୀ: ଅହମଦାବାଦରେ ଯେତେବେଳେ ଏୟାର ଇଣ୍ଡିଆ ବିମାନର ୨୪୧ ଜଣ ଯାତ୍ରୀ ଘଟଣାସ୍ଥଳରେ ଜଳିଯାଇଥିଲେ ଜଣେ ମାତ୍ର ଯାତ୍ରୀ ଜୀବନ ନେଇ ଫେରିଆସିଥିଲେ ବିଶ୍ବାସ କୁମାର ରମେଶ । 

କୁହାଯାଉଛି ଯେତେବେଳେ ବିମାନ ଦୁର୍ଘଟଣା ହେଲା ଆଉ ମେଡିକାଲ କଲେଜରେ ଏୟାର ଇଣ୍ଡିଆର ବିମାନ ମାଡ ହେଲା ସେତେବେଳେ ଛିଟିକି ପଡିଥିଲେ ୧୧-ଏ ସିଟରେ ବସିଥିବା ଯାତ୍ରୀ ବିଶ୍ବାସ କୁମାର । ଆଉ ସେ ବିମାନରୁ ଖସିପଡି ସିଧା ଓଦା ଥିବା ମାଟି ଉପରେ ପଡି ଯାଇଥିଲେ। ଘଟଣାସ୍ଥଳରୁ ଉଦ୍ଧାର କରି ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିଛିଦିନର ଚିକିତ୍ସା ପରେ ତାଙ୍କୁ ଘରକୁ ଛୁଟି କରି ଦିଆଯାଇଥିଲା।ଏୟାର ଇଣ୍ଡିଆର ଏହି ଭୟାବହ ଦୁର୍ଘଟଣାକୁ ମାସେ ପୁରିଥିବା ବେଳେ ‌କେମିତି ଅଛନ୍ତି ବିଶ୍ବାସ କୁମାର ଲୋକେ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ବିଶ୍ବାସ କୁମାରଙ୍କ ସମ୍ପର୍କୀୟ ଭାଇ କହିଛନ୍ତି, ‘ବିମାନ ଦୁର୍ଘଟଣାର ଦୃଶ୍ୟ , ଭୟାବହସ୍ଥିତିରୁ ବଞ୍ଚିଯିବାର ଘଟଣା, ଭାଇ ମୃତ୍ୟୁର ଆଘାତ ଏସବୁ ଘଟଣାରୁ ବାହାରି ପାରୁ ନାହାନ୍ତି ସେ। ବିଦେଶରେ ରହୁଥିବା ଆମର ଅନେକ ସମ୍ପର୍କୀୟ ଫୋନ କରି ବିଶ୍ବାସଙ୍କ ଅବସ୍ଥା ବିଷୟ‌ରେ ପଚାରୁଛନ୍ତି। ପୂର୍ବର ରମେଶ ଓ ଏବେ ର ରମେଶ ଭିତରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ସେ କାହାରି ସହିତ କଥା ହେଉ ନାହାନ୍ତି। ପୂରାପୂରି ସ୍ତବ୍ଧ  ହୋଇଯାଇଛନ୍ତି। 

ହଠାତ ସେ ରାତିରେ ଉଠି ପଡ଼ୁଛନ୍ତି। ଦ୍ବିତୀୟ ଥର ଶୋଇବାକୁ ଚେଷ୍ଟା କଲେ ମଧ୍ୟ ତାଙ୍କୁ ନିଦ ହେଉନାହିଁ। ଦୁଇଦିନ ପୂର୍ବରୁ ଆମେ ବିଶ୍ବାସଙ୍କୁ ଜଣେ ମନୋଚିକିତ୍ସକଙ୍କ ନିକଟକୁ ନେଇ ଯାଇଥିଲୁ। ତାଙ୍କର ଚିକିତ୍ସା ଚାଲିଛି। ସେଥିପାଇଁ ଲଣ୍ଡନ ଫେରିବା ନେଇ କୌଣସି ପ୍ରକାର ନିଷ୍ପତ୍ତି ନିଆଯାଇନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe