ରାହୁଲ-ପ୍ରିୟଙ୍କାଙ୍କୁ କରଣ ଜୋହରଙ୍କ ଫିଲ୍ମ‌ରେ କାମ କରିବା ଉଚିତ୍: ବିବେକ ଅଗ୍ନିହୋତ୍ରୀ

Advertisment
ରାହୁଲ-ପ୍ରିୟଙ୍କାଙ୍କୁ କରଣ ଜୋହରଙ୍କ ଫିଲ୍ମ‌ରେ କାମ କରିବା ଉଚିତ୍: ବିବେକ ଅଗ୍ନିହୋତ୍ରୀ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ତଥା ଲୋକପ୍ରିୟ ଚଳଚ୍ଚିତ୍ର 'ଦ କଶ୍ମୀର ଫାଇଲ୍ସ'ର ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ଦିଅନ୍ତି। ବଲିଉଡଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ଘଟୁଥିବା ପ୍ରତ୍ୟେକ ଘଟଣା ଉପରେ ବିବେକ ଅଗ୍ନିହୋତ୍ରୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ବର୍ତ୍ତମାନ ‘ମୋଦୀ’ ସାଙ୍ଗିଆ ଟିପ୍ପଣୀ ମାମଲାରେ ଦଣ୍ଡାଦେଶ ପାଇବା ଯୋଗୁଁ ରାହୁଲ ଗାନ୍ଧୀ ଲୋକସଭା ସାଂସଦ ପଦ ହରାଇବା ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ସମର୍ଥନ କରି ଦେଇଥିବା ଅଭିଭାଷଣକୁ ନେଇ ବିବେକ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ସମର୍ଥନ କରି ବିଜେପିକୁ ଟାର୍ଗେଟ କରିଥିଲେ। ଏହି ସମୟର ଭିଡିଓକୁ ରିଟ୍ବିଟ କରି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀ କରଣ ଜୋହରଙ୍କ ଫିଲ୍ମରେ କାମ କରିବା ଉଚିତ୍, କାରଣ ଯେଉଁଭଳି ଭା‌ବେ ସେ ନିଜ ପରିବାରକୁ ସମର୍ଥନ କରୁଛନ୍ତି ସେହିଭଳି ପରିବାରଭିତ୍ତିକ ଚଳଚ୍ଚିତ୍ର କରଣ ଜୋହର ନିର୍ମାଣ କରନ୍ତି।

ସେ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ପରିବାର...ପରିବାର...ପରିବାର...ଆପଣ କ 'ଣ କରିଛନ୍ତି? ପରିବାର ପ୍ରତି ଯଦି ଏତେ ନକଲି ଭଲପାଇବା ଅଛି ତେବେ ମୁଁ ପରାମର୍ଶ ଦେଉଛି ଯେ ରାହୁଲ-ପ୍ରିୟଙ୍କା କରଣ ଜୋହରଙ୍କ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିବା ଉଚିତ୍। କିଏ ଜାଣିଲା ଏମାନେ କରଣଙ୍କ କ୍ୟାରିୟର ବି ବୁଡ଼ାଇଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe