ଯଦି ୪୦% ମୋଦୀ ଭକ୍ତ ଲାଲ୍ ସିଂହ ଚଢ଼ା ପ୍ଲପ୍ କରିଥିବା କହୁଛ, ତେବେ ବାକି ୫୦% କାହିଁକି ଦେଖିଲେନି: ବିବେକ ଅଗ୍ନିହୋତ୍ରୀ

Advertisment
ଯଦି ୪୦% ମୋଦୀ ଭକ୍ତ ଲାଲ୍ ସିଂହ ଚଢ଼ା ପ୍ଲପ୍ କରିଥିବା କହୁଛ, ତେବେ ବାକି ୫୦% କାହିଁକି ଦେଖିଲେନି: ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ବକ୍ସ ଅଫିସରେ ଫ୍ଲପ ବୋଲି ପ୍ରମାଣ ହୋଇଛି। ଅଦ୍ବୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରିଲିଜ୍ ସପ୍ତାହରେ ୬୦କୋଟିରୁ କମ୍ ରୋଜଗାର କରିଥିଲା। ଫିଲ୍ମଟି ଅଗଷ୍ଟ ୧୧ରେ ରିଲିଜ୍ ହୋଇଥିବା ବେଳେ ଦିନ ଗଡ଼ିବ‌ା ସହ କମ ହେବାରେ ଲାଗିଥିଲା ଫିଲ୍ମର ବକ୍ସ ଅଫିସର ଆୟ। ଫିଲ୍ମର ଏଭଳି ଅବସ୍ଥା ପାଇଁ ନିଜକୁ ଦାୟୀ କରି ଆମୀର ଖାନ୍ ପାରିଶ୍ରମିକ ନେବାକୁ ମନା କରିଥିବା ବେଳେ ଫିଲ୍ମଟି ଅସଫଳ ହେବାର କାରଣ ଜଣାଇଛନ୍ତି 'ଦ କଶ୍ମୀରୀ ଫାଇଲ୍ସ'ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ।

ସେ କହିଛନ୍ତି ଯେ, ଇଣ୍ଡଷ୍ଟ୍ରିରେ ସମସ୍ତେ କହୁଛନ୍ତି ଯେ ମୋଦୀ ଭକ୍ତମାନେ ଫିଲ୍ମକୁ ନଷ୍ଟ କରିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ନରେନ୍ଦ୍ର ମୋଦୀଙ୍କୁ ଭାରତରେ କେତେ ଲୋକ ସମର୍ଥନ କରନ୍ତି? ପ୍ରାୟ ୪୦ ପ୍ରତିଶତ। ତେଣୁ ୪୦-୫୦ ପ୍ରତିଶତ ଦର୍ଶକଙ୍କୁ ଯଦି ଛାଡ଼ିଦିଆଯାଏ, ତେବେ ଅବଶିଷ୍ଟ ୫୦ପ୍ରତିଶତ ଦର୍ଶକ କାହିଁକି ଫିଲ୍ମ ଦେଖିଲେ ନାହିଁ। ବଏକଟ ପାଇଁ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଫିଲ୍ମ ଫ୍ଲପ ହୋଇନାହିଁ। ଫିଲ୍ମର କାହାଣୀ କେହି ବୁଝିନପାରିବାରୁ ଫିଲ୍ମଟି ଫ୍ଲପ ହୋଇଛି। କାରଣ ଫିଲ୍ମ 'ଦଙ୍ଗଲ' ଓ 'ପଦ୍ମାବତ' ରିଲିଜ୍ ସମୟରେ ମଧ୍ୟ ବଏକଟ ଟ୍ରେଣ୍ଡ କରିଥିଲା। କିନ୍ତୁ ସବୁ ପରେ ବି ଫିଲ୍ମ ବ୍ଲକବଷ୍ଟର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe