ବିବେକ ଜୋହରି ହେଲେ ବିଏସ୍ଏଫ୍ ଡିଜି

Dailyhunt

ନୂଆଦିଲ୍ଲୀ : ବରିଷ୍ଠ ଆଇପିଏସ ଅଧିକାରୀ ବିବେକ ଜୋହରିଙ୍କୁ ସୀମା ସୁରକ୍ଷା ବଳ (ବିଏସଏଫ)ର ମହା ନିର୍ଦ୍ଦେଶକଭାବେ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପକ୍ଷରୁ ଜୋହରିଙ୍କ ନିଯୁକ୍ତିକୁ ମଞ୍ଜୁରି ଦିଆଯାଇଛି। ତାଙ୍କୁ ତୁରନ୍ତ ଗୃହ ମନ୍ତ୍ରାଳୟର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ବିଏସଏଫ ଡିଜି ଥିବା ରଜନୀ କାନ୍ତ ମିଶ୍ରା ଆସନ୍ତା ଅଗଷ୍ଟ ୩୧ରେ ଅବସର ନେବା ପରେ ଶ୍ରୀ ଜୋହରି ନୂଆ ଦାୟିତ୍ବ ତୁଲାଇବେ। ୧୯୮୪ ବ୍ୟାଚ ମଧ୍ୟପ୍ରଦେଶ କ୍ୟାଡରର ଆଇପିଏସ ଅଧିକାରୀ ଶ୍ରୀ ଜୋହରି ଏବେ କ୍ୟାବିନେଟ ସଚିବାଳୟ‌ ଅଧୀନରେ ଗୁଇନ୍ଦା ସଂସ୍ଥା ‘ର’ର ସ୍ବତନ୍ତ୍ର ସଚିବ ଅଛନ୍ତି। ବିଏସଏଫ ଡିଜି ଭାବେ ସେ ୨୦୨୦ ସେପ୍ଟେମ୍ବର କାର୍ଯ୍ୟ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe