ରୁଷ୍‌ ଦ୍ବିତୀୟ କୋଭିଡ୍‌-୧୯ ଟିକା ଅନୁମୋଦନ କରିଥିବା କଥା କହିଲେ ପୁଟିନ୍

Advertisment
ମଡର୍ଣ୍ଣା ଟିକାକୁ ମିଳିବ ଆମେରିକୀୟ ସ୍ବୀକୃତି

Image Courtesy of Reuters

ମସ୍କୋ: କୋଭିଡ୍‌-୧୯ ନିରୋଧୀ ଦ୍ବିତୀୟ ଟିକାକୁ ରୁଷ୍‌ ନିୟମାକ ଅନୁମୋଦନ ଦେଇଥିବା କଥା ବୁଧବାର ଦିନ ଏକ ସରକାରୀ ସଭାରେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍ ଘୋଷଣା କରିଛନ୍ତି।

ସାଇବେରିଆର ଭେକ୍ଟୋର୍ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ବିକଶିତ ଏବଂ ଗତ ମାସରେ ପ୍ରାରମ୍ଭିକ ପର୍ଯ୍ୟାୟ ମାନବୀୟ ପରୀକ୍ଷା ସମ୍ପନ୍ନ କରାଯାଇଥିବା ଏହି ଟିକାକୁ ମଞ୍ଜୁରି ଦେଇଥିବାରୁ ପୁଟିନ୍ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରାୟତ ଟେଲିଭିଜନ୍‌ରେ ପ୍ରସାରିତ ଏକ ମନ୍ତବ୍ୟରେ ସେ କହିଛନ୍ତି, ଆମେ ପ୍ରଥମ ଓ ଦ୍ବିତୀୟ ଟିକାର ଉତ୍ପାଦନ ବୃଦ୍ଧି କରିବା ଆବଶ୍ୟକ। ବିଦେଶୀ ଅଂଶୀଦାରମାନଙ୍କ ସଙ୍ଗେ ସହଯୋଗ ବଜାୟ ରଖିଛୁ ଏବଂ ବିଦେଶରେ ଏହି ଟିକାର ପ୍ରସାର କରିବୁ।

publive-image Image Courtesy of News 18

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ବ୍ୟାପକ ପରୀକ୍ଷା ଶେଷ ହେବା ପୂର୍ବରୁ ବିଶ୍ବର ପ୍ରଥମ ଦେଶ ଭାବେ ରୁଷ୍ ଗତ ଅଗଷ୍ଟ ମାସରେ ‘ସ୍ପୁଟ୍‌ନିକ୍-୫’ କୋଭିଡ୍‌-୧୯ ଟିକାକୁ ନିୟମାକ ମଞ୍ଜୁରି ଦେଇଥିଲା। ଏଥିଯୋଗୁଁ ସମଗ୍ର ବିଶ୍ବର ବୈଜ୍ଞାନିକମାନେ ସନ୍ଦେହ ପ୍ରକାଶ କରିଥିଲେ।

ମହାମାରୀ ଆରମ୍ଭ ସମୟରୁ ଏଯାବତ୍ ରୁଷ୍‌ ୧, ୩୪୦, ୪୦୯ ସଂକ୍ରମଣ ରେକର୍ଡ କରି ବିଶ୍ବର ଚତୁର୍ଥ ସଂକ୍ରମଣ ବହୁଳ ଦେଶ ତାଲିକାରେ ରହିଛି। ଏହି ତାଲିକାର ପ୍ରଥମ ସ୍ଥାନରେ ଯୁକ୍ତରାଷ୍ଟ୍ର ଆମେରିକା, ଦ୍ବିତୀୟ ସ୍ଥାନ‌ରେ ଭାରତ ଏବଂ ତୃତୀୟ ସ୍ଥାନରେ ରହିଛି ବ୍ରାଜିଲ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe