ପୂର୍ବତନ ‘କେବିଜି’ ମୁଖ୍ୟଙ୍କୁ ସାମୟିକଭାବେ ଦାୟିତ୍ବ ଦେଇ ‘କ୍ୟାନ୍‌ସର୍‌ ସର୍ଜରି’ କରାଇବାକୁ ଯିବେ ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌: ରିପୋର୍ଟ

Advertisment
ଋଷର ମୁଣ୍ଡବିନ୍ଧା ବଢାଉଛନ୍ତି ସ୍ୱିଡ଼େନ ଓ ଫିନଲ୍ୟାଣ୍ଡ: ନାଟୋର ସଦସ୍ୟତା ପାଇଁ କଲେ ଘୋଷଣା

Image Courtesy of Zee News

ମସ୍କୋ: କିଛି ଦିନ ଲାଗି ପୂର୍ବତନ ‘କେଜିବି’ ମୁଖ୍ୟଙ୍କୁ କ୍ଷମତା ଦେଇ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ କର୍କଟ ରୋଗର ଅସ୍ତ୍ରୋପଚାର କରାଇବା ଲାଗି ଯାଇପାରନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ତେଣୁ, ୟୁକ୍ରେନ୍‌ ଯୁଦ୍ଧ ଦାୟିତ୍ବ ଗ୍ରହଣ କରିବାକୁ ସେ କଠୋରପନ୍ଥୀ ତଥା ‘ଏଫ୍‌ଏସ୍‌ବି’ ମୁଖ୍ୟ ନିକୋଲାଇ ପାତ୍ରୁସେଭ୍‌ଙ୍କୁ ମନୋନୀତ କରିପାରନ୍ତି ବୋଲି କ୍ରେମ୍‌ଲିନ୍‌ର ଜଣେ ବ୍ୟକ୍ତି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଜେନେରାଲ୍‌ ଏସ୍‌ଭିଆର୍‌ ରିପୋର୍ଟ କରିଥିଲେ ଯେ, ପୁଟିନ୍‌ଙ୍କ ପେଟରେ କର୍କଟ ରୋଗ ହୋଇଛି ଏବଂ ସେ ୧୮ ମାସ ପୂର୍ବରୁ ପାର୍କିସନ୍‌ ରୋଗରେ ମଧ୍ୟ ପୀଡ଼ିତ ହୋଇଛନ୍ତି।

୭୦ ବର୍ଷିୟ ପାତ୍ରୁସେଭ୍‌ ସମ୍ପ୍ରତି ରୁଷ୍‌ ନିରାପତ୍ତା ପରିଷଦ୍‌ର ସଚିବ ଅଛନ୍ତି। ଏଯାବତ୍‌ ମଧ୍ୟ ସେ ୟୁକ୍ରେନ୍‌ ଯୁଦ୍ଧର ମୁଖ୍ୟ ବିନ୍ଧାଣି ହୋଇ ରହିଛନ୍ତି। କିବ୍‌ ନାଜିବାଦଦ୍ବାରା ଉଦ୍‌ବୁଦ୍ଧ ବୋଲି ସେ ହିଁ ପୁଟିନ୍‌ଙ୍କ ମନରେ ଧାରଣା ସୃଷ୍ଟି କରାଇଥିଲେ ବୋଲି ‘ଡେଲି ମଲେ୍‌’ ରିପୋର୍ଟ କରିଛି।

publive-image Image Courtesy of Business Standard

କ୍ରେମ୍‌ଲିନ୍‌ର ଉକ୍ତ ବ୍ୟକ୍ତିଜଣକ କହିଛନ୍ତି, ଅସ୍ତ୍ରୋପଚାର ପରେ ପୁଟିନ୍‌ କେତେ ଦିନ କ୍ଷମତାରେ ରହିବେ ନାହିଁ ତାହା ମୁଁ ଠିକ୍‌ଭାବେ ଜାଣିନାହିଁ। ମୋର ମନେହୁଏ ଖୁବ୍‌ ସ୍ବଳ୍ପ ସମୟ ପାଇଁ। ଅସ୍ତ୍ରୋପଚାର ପରେ ଯେଉଁ ଦୁଇ ତିନି ଦିନ ପାଇଁ ପୁଟିନ୍‌ କ୍ଷମତାରେ ରହିବେ ନାହିଁ ଦେଶର ପ୍ରକୃତ ପରିଚାଳନା ଭାର କେବଳ ପାତ୍ରୁସେଭ୍‌ଙ୍କ ହାତରେ ରହିବ।

ରୁଷୀୟ ସାମ୍ବିଧାନ ଅନୁସାରେ, ଏଭଳି ପରିସ୍ଥିତିରେ କ୍ଷମତା କେବଳ ପ୍ରଧାନମନ୍ତ୍ରୀଙ୍କ ହାତକୁ ଯିବା କଥା। ତେଣୁ, ଉପରୋକ୍ତ ନିଷ୍ପତ୍ତି ସମସ୍ତଙ୍କୁ ବିସ୍ମିତ କରିପାରେ ବୋଲି ‘ଡେଲି ମେଲ୍‌’ ରିପୋର୍ଟ କରିଛି।

ମେ ୯ ତାରିଖରେ ରେଡ୍‌ ସ୍କୋୟାର୍‌ରେ ଆୟୋଜନ ହେଉଥିବା ବିଜୟ ଦିବସ (ଦ୍ବିତୀୟ ବିଶ୍ବଯୁଦ୍ଧରେ ରୁଷ୍‌ର ବିଜୟ) ଲାଗି ପୁଟିନ ନିଜର ଅସ୍ତ୍ରୋପଚାର ବିଳମ୍ବ କରାଇଛନ୍ତି ବୋଲି ମଧ୍ୟ ‘ଡେଲି ମେଲ୍‌’ ରିପୋର୍ଟ କରିଛି। ଏପ୍ରିଲ୍‌ ଦ୍ବିତୀୟ ସପ୍ତାହରେ ତାଙ୍କର ଅସ୍ତ୍ରୋପଚାର ହେବାର ଥିଲା। ଅସ୍ତ୍ରୋପଚାର ଜରୁରୀ ନ ଥିଲେ ବି ବିଳମ୍ବ କରାଇବା ଅନୁଚିତ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥିଲେ। ପୁଟିନ୍ ମଧ୍ୟ ଶୀଘ୍ର ଅସ୍ତ୍ରୋପଚାର କରାଇବାକୁ ରାଜି ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe