ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବୟସର ଲୋକମାନେ ନିଜକୁ ଦୁର୍ବଳ ବୋଲି ମନେ କରୁଥିବା ବେଳେ ସେ ଏବେ ବି ପୂରା ଫିଟ ଅଛନ୍ତି। ପୁଟିନ ନିଜ ଫିଟନେସ ବ୍ୟତୀତ ଅନେକ ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଦେଖିବାକୁ ମିଳିଥାଏ। ନିକଟରେ ସେ ତାଙ୍କ ଅଧିକାରିକ ଟୁଇଟ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
News18ଋଷରେ ଏବେ ପ୍ରବଳ ଥଣ୍ଡା ପଡ଼ିଛି। ଏହି କ୍ରମରେ ସୋସିଆଲ ମିଡ଼ିଆରେ ପୁଟିନ ଦୁଇଟି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ପୋଖରୀ ପାଖକୁ ଯାଇ ସେଥିରେ ବୁଡ଼ ପକାଉଥିବା ଦେଖିବାକୁ ମିଳିଛି। ପୁଟିନ ଯେତେବେଳେ ଏହି ବୁଡ଼ ପକାଥିଲେ ସେହି ସମୟରେ ସେଠାରେ ତାପମାତ୍ରା ବିଯୁକ୍ତ ୧୪ ଡିଗ୍ରି ସେଲସିୟସ ରହିଥିଲା । ଗୋଟିଏ ଅନ୍ତବସ୍ତ୍ରକୁ ଛାଡ଼ି ଦେଲେ ତାଙ୍କ ଶରୀରରେ ଆଉ କୌଣସି ବସ୍ତ୍ର ନଥିଲା। ଏଥିସହିତ ପୁଲ ଚାରିପାଖରେ ବରଫ ବି ଜମାଟ ବାନ୍ଧି ଥିବା ଦେଖିବାକୁ ମିଳିଛି। ରାଷ୍ଟ୍ରପତି ପୁଟିନଙ୍କ ବୁଡ଼ ପକାଇବାର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
NDTV.comଫିଷ୍ଟ ଡେ ବା ଇପିଫନି (ଖ୍ରୀଷ୍ଟିଆନଙ୍କ ଏକ ପର୍ବ) ପାଳନ ଅବସରରେ ଖ୍ରୀଷ୍ଟିଆନଙ୍କ ରୀତିନୀତିକୁ ଅନୁସରଣ କରି ପୁଟିନ ମସ୍କୋରେ ବରଫ ପାଣିର ପୋଖରୀରେ ବୁଡ଼ ପକାଇଥିଲେ । ଇପିଫନିରେ ବରଫ ପାଣିରେ ବୁଡ଼ ପକାଇବାକୁ ଏହି ଧର୍ମରେ ପବିତ୍ର ବୋଲି ଧରାଯାଇଥାଏ । ୬୮ ବର୍ଷୀୟ ଋଷ୍ ରାଷ୍ଟ୍ରପତି ପୁଟିନ୍ ମଧ୍ୟ ଏହି ପର୍ବକୁ ପାଳନ କରିଛନ୍ତି । ବିଶ୍ୱାସ କରାଯାଏ ଯେ ଯୀଶୁ ଯାର୍ଡନ ନଦୀରେ ବୁଡ଼ ପାକାଇଥିଲେ ଏବଂ ଏହି ଦିନ ବରଫରେ ବୁଡ଼ ପକାଇଲେ ପାପ ନାଶ ହୋଇଯାଏ।
Follow Us