ନୂଆଦିଲ୍ଲୀ: ଗୁରୁବାର ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଦିଲ୍ଲୀକୁ କଡ଼ା ସୁରକ୍ଷାରେ ବ୍ୟବସ୍ଥା ଭିତରେ ରଖାଯାଇଛି । ଡିସେମ୍ବର ୪ ଓ ୫ ତାରିଖ ପାଇଁ କି କି ପ୍ରସ୍ତୁତି କରାଯାଇଛି ଜାଣନ୍ତୁ । କାଲିଠୁ ଦୁଇଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ରୁଷରୁ ଉଡାଣ ଭରିବାଠୁ ଦିଲ୍ଲୀରେ ଦୁଇଦିନ ରହଣୀ ଯାଏଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୂଚନା ଅନୁସାରେ ପୁଟିନ ଯେଉଁ ବିମାନରେ ଆସୁଛନ୍ତି ସେଥିରେ ବହୁସ୍ତରୀୟ କ୍ଷେପଣାସ୍ତ୍ର ଜାମିଂ ସିଷ୍ଟମ ବ୍ୟବସ୍ଥା ରହିଛି । ଶତ୍ରୁଙ୍କ ବିଭ୍ରାନ୍ତକାରି ଆକ୍ରମଣକୁ ବିଫଳ କରିପାରେ । ସେପଟେ ଦିଲ୍ଲୀରେ ଲ୍ୟାଣ୍ଡ କରିବାପରଠୁ ପୁଟିନଙ୍କ ଉପରେ ତୀକ୍ଷ୍ମଣ ନଜର ରଖିବେ ଭାରତ ସରକାର ଓ ପୁଟିନଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ।
ପୁଟିନଙ୍କ ସୁରକ୍ଷା କବଚ
-ପୁଟିନଙ୍କ ବିଦେଶ ଗସ୍ତରେ ୪ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ
-ପୁଟିନଙ୍କ ସହ ଆସିବେ ୫୦ଜଣ ବ୍ୟକ୍ତିଗତ ସୁରକ୍ଷାକର୍ମୀ
-ଆଣ୍ଟି ମିସାଇଲ୍ ପ୍ରୁଫ୍ ବିମାନରେ ରୁଷରୁ ଉଡ଼ାଣ ଭରିବେ
-ସୁରକ୍ଷା ଦୃଷ୍ଟିରୁ ଆଉ ଦୁଇଟି ବିମାନ ମଧ୍ୟ ପଛକୁ ପଛ ଉଡ଼ାଣ ଭରିବ
-ପୁଟିନଙ୍କ ସୁରକ୍ଷା ଦାୟିତ୍ବ ସମ୍ଭାଳିବ ଫେଡେରାଲ୍ ପ୍ରୋଟେକ୍ଟିଭ୍ ସର୍ଭିସ୍
-ପ୍ରେସିଡେଣ୍ଟାଲ୍ ସିକ୍ୟୁରିଟି ସର୍ଭିସ୍ ୪ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିବ
-ସୁରକ୍ଷାକର୍ମୀଙ୍କ ପାଖରେ ଥାଏ ବୁଲେଟ୍ପ୍ରୁଫ ସୁଟକେସ୍, ଏପିଏସ୍ ପିସ୍ତଲ
-ପିପି-୨୦୦ ସବମେରାଇନ୍ ଗନ୍, ନାଇଟ୍ ଭିଜନ ସ୍କାନ୍, ଥର୍ମାଲ ସ୍କାନ୍ ରହେ
-ସ୍ନାଇପରର୍ସ, କେ-୯ ୟୁନିଟ୍, ଡ୍ରୋନ୍ କାଉଣ୍ଟର ଟିମ୍ ଓ ସର୍ଭିଲାନ୍ସ ଟିମ୍ ରହିଥାନ୍ତି
-ଏଥିସହ ପୋଟେବୁଲ ଲ୍ୟାବ୍ ଓ ପର୍ସନାଲ ସେଫ୍ ବି ସାଥୀରେ ରହିବେ
ସେପଟେ ଦିଲ୍ଲୀରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯେତେବେଳେ ପୁଟିନ୍ ବିଦେଶ ଯାତ୍ରା କରନ୍ତି, ତାଙ୍କ ସୁରକ୍ଷା ତଦାରଖ କରୁଥିବା ଟିମ ସେହି ଦେଶରେ ଆଗୁଆ ପହଞ୍ଚି ରହଣୀ ଠୁ କାର୍ଯ୍ୟକ୍ରମସ୍ଥଳରେ ଟିକିନିକ ଯାଂଚ କରନ୍ତି । ଏହି କ୍ରମରେ ଦିଲ୍ଲୀରେ ପହଞ୍ଚିସାରିଛନ୍ତି ସୁରକ୍ଷା ଟିମ । ହୋଟେଲଠୁ ନେଇ ରୋଷେଇ ଘର । ଏଥିସହ ଖାଦ୍ୟର ତ୍ରିସ୍ତରୀୟ ଯାଂଚ କରିବ ଟିମ ।
ଆସୁଛନ୍ତି ପୁଟିନ, ଦିଲ୍ଲୀ ପ୍ରସ୍ତୁତ
-କଡ଼ା ସୁରକ୍ଷା କବଚ ଭିତରେ ପୂରା ଦିଲ୍ଲୀକୁ ରଖାଯାଇଛି
-କୋଣ ଅନୁକୋଣକୁ ଜଗିବ ଏଆଇ, ଡ୍ରୋନ୍ ଓ ସିସିଟିଭି କ୍ୟାମେରା
-ଆତଙ୍କବାଦ, ବୋମା ନିରୋଧୀ ଟିମ୍ ସହ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ଟିମ୍ ସୁରକ୍ଷା ଦାୟିତ୍ବରେ ରହିବେ
-ପୁଟିନଙ୍କ ଗସ୍ତ ପାଇଁ ଦିଲ୍ଲୀର କିଛି ରାସ୍ତାରେ କଡ଼ା ଟ୍ରାଫିକ ନିୟମ ଲାଗୁ ହେବ
-ପିଏମଓଠୁ ହାଇଦ୍ରାବାଦ ହାଉସ ରୁଟରେ ସାମାନ୍ୟ ପରିବର୍ତ୍ତନ କରାଯିବ
-ପୁଟିନ ଆସିବା ପୂର୍ବରୁ ସିକ୍ରେଟ୍ ଟିମ୍ ଦିଲ୍ଲୀରେ ପହଞ୍ଚିସାରିଛନ୍ତି
-ରହଣିଠୁ କାର୍ଯ୍ୟକ୍ରମସ୍ଥଳର ତଦାରଖ କରିଛନ୍ତି ଫେଡେରାଲ ପ୍ରୋଟେକ୍ଟିଭ୍ ସର୍ଭିସ
-ରହଣି ସ୍ଥଳରେ ସବୁ ସାମଗ୍ରୀ ହଟାଇ ରୁଷରୁ ଆସିଥିବା ସାମଗ୍ରୀ ରଖାଯିବ
-ଖାଦ୍ୟ ଠୁ ଟୁଥ ବ୍ରସ ସବୁ କିଛି ପରୀକ୍ଷା ନିରୀକ୍ଷା କରାଯାଉଛି
ଆହୁରି ପଢନ୍ତୁ- Good News for Pilgrims: ତୀର୍ଥଯାତ୍ରୀଙ୍କ ପାଇଁ ଆଶ୍ବସ୍ତି ଖବର: ଶିରିଡ଼ି ଯାତ୍ରା ଏବେ ହେବ ସହଜ
ସେପଟେ ଏୟାରଲିପ୍ଟ ହୋଇ ଦିଲ୍ଲୀରେ ପହଞ୍ଚିଛି ପୁଟିନଙ୍କ ହାଇବ୍ରିଡ କାର ଔରସ ସେନାଟ ଲିମୋଜିନ । ଟ୍ରକ ପରି ଓଜନିଆ, ବଙ୍କର ପରି ସୁରକ୍ଷିତ । ସବୁ ପ୍ରକାର ଆକ୍ରମଣକୁ ପ୍ରତିହତ କରେ ଏହି କାର । ଚଳନ୍ତା ସୁରକ୍ଷା କବଚ ଭାବେ ଜଣାଯାଉଥିବା ଏହା ଦୁନିଆର ଏକମାତ୍ର କାର । ଆପଣଙ୍କ ମନେ ଥିବ ଏସସିଓ ସମ୍ମିଟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରୁଷ ରାଷ୍ଟ୍ରପତି ଯେଉଁ କାରରେ ଏକାଠି ଯାତ୍ରା କରିଥିଲେ ସେହି କାର ହେଉଛି ଏହି ବୁଲେଟଫ୍ରୁଫ କାର ଔରସ ସେନାଟ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/12/03/vladimir-putin-2025-12-03-22-18-20.jpg)